ୱାର୍ଧା : ମହାରାଷ୍ଟ୍ରରେ ଜଣେ ୨୫ ବର୍ଷୀୟା ମହିଳାଙ୍କୁ ଜଣେ ଯୁବକ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଛି। ଉକ୍ତ ମହିଳାଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳା ହେଉଛନ୍ତି ଜଣେ ଅଧ୍ୟାପିକା। ସେ ଆଜି ସକାଳେ କଲେଜ୍ ଯାଉଥିବା ବେଳେ ବାଟରେ ୱାର୍ଧା ସ୍ଥିତ ହିଙ୍ଗଣଘାଟ ସହରରେ ବିକି ନଗରଲେ ନାମକ ଜଣେ ଯୁବକ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା। ତେବେ କିଛି ସ୍ଥାନୀୟ ଲୋକ ସଙ୍ଗେସଙ୍ଗେ ମହିଳାଙ୍କ ଉପରେ ପାଣି ଢାଳିବା ସହ ତାଙ୍କୁ ନାଗପୁର ସ୍ଥିତ ଅରେଞ୍ଜ ସିଟି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ମହିଳାଙ୍କ ମୁହଁ, ବାମ ହାତ, ବେକ ଅତି ଗୁରୁତର ଭାବେ ପୋଡ଼ି ଯାଇଛି। ତେବେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଯୁବକ ଜଣଙ୍କ ଜଣେ ବିବାହିତ ବ୍ୟକ୍ତି। ସେ ଉକ୍ତ ମହିଳାଙ୍କୁ ଅନେକ ଦିନ ଧରି ପିଛା କରୁଥିଲା ବୋଲି କୁହାଯାଉଛି।
ମହାରାଷ୍ଟ୍ରରେ ଜଣେ ୨୫ ବର୍ଷୀୟା ଅଧ୍ୟାପିକାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଯୁବକ
/sambad/media/post_attachments/wp-content/uploads/2019/06/burn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)