ନୂଆଦିଲ୍ଲୀ: ଜୟପୁର ବିମାନବନ୍ଦରରୁ ସୁନା ଚାଲାଣର ଏକ ଘଟଣା ସାମ୍ନାକୁ ଆସିଛି। ଅବୁଧାବିରୁ ଆସିଥିବା ଜଣେ ବ୍ୟକ୍ତି ନିଜର ପ୍ରାଇଭେଟ ପାର୍ଟରେ ଏକକେଜିରୁ ଅଧିକ ସୁନା ଲୁଚାଇ ନେଉଥିବା ବେଳେ ଧରାପଡ଼ି ଯାଇଥିଲେ।
ସୂଚନାଯୋଗ୍ୟ, ରାଜସ୍ଥାନରେ ବସବାସ କରୁଥିବା ମହେନ୍ଦ୍ର ଖାନ ଅବୁଧାବିରୁ ଜୟପୁରର ଏତିହାଦ ଏୟରୱେଜ ବିମାନରେ ଜୟପୁର ବିମାନବନ୍ଦରରେ ପହଞ୍ଚିଥିଲେ। ବିଶେଷ ସୂତ୍ରରୁ ସୂଚନା ପାଇଥିବା କଷ୍ଟମ ଅଧିକାରୀ ମହେନ୍ଦ୍ର ଖାନଙ୍କୁ ବିମାନବନ୍ଦରରେ ଅଟକ ରଖି ଏକ୍ସ-ରେ କରାଇଥିଲେ। ଏକ୍ସ-ରେ ରିପୋର୍ଟରେ ମହେନ୍ଦ୍ରଙ୍କ ଗୁପ୍ତାଙ୍ଗରେ କ୍ୟାପସୁଲ ଭଳି କିଛି ଚିହ୍ନଟ ହୋଇଥିଲା। ଏହାପରେ ଅଧିକାରୀ ମହେନ୍ଦ୍ରଙ୍କୁ ହେପାଜତକୁ ନେଇ ଜୟପୁରିୟା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ଅସ୍ତ୍ରୋପଚାର କରି ମହେନ୍ଦ୍ରଙ୍କ ଗୁପ୍ତାଙ୍ଗରୁ ତିନିଖଣ୍ଡ ସୁନା ବାହାର କରିଥିଲେ।
ଏହି ଘଟଣା ସମ୍ପର୍କରେ ଯେତେବେଳେ ମହେନ୍ଦ୍ରଙ୍କୁ ପଚରାଉଚରା କରାଯାଇଥିଲା ସେ କହିଥିଲେ ଜଣେ ସ୍ଥାନୀୟ ପାରାମେଡିକଲ ଷ୍ଟାଫଙ୍କ ସାହାଯ୍ୟରେ ସୁନାକୁ ନିଜ ଗୁପ୍ତାଙ୍ଗରେ ଲୁଚାଇ ରଖିଥିଲେ। ଏପରି କରିବାର କାରଣ ବିମାନବନ୍ଦରରେ ଯାଞ୍ଚ ସମୟରେ ସେ ଯେପରି ଧରା ନପଡ଼ନ୍ତି।
ଜବତ ହୋଇଥିବା ସୁନାର ମୁଲ୍ୟ ୧କେଜି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଯାହାର ଆନୁମାନିକ ମୂଲ୍ୟ ୯୦ଲକ୍ଷ ଟଙ୍କା ପାଖାପାଖି ହେବ । ଗୁପ୍ତାଙ୍ଗର ଅସ୍ତ୍ରୋପଚାର ହେତୁ ମହେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ଏହି ଘଟଣାରେ ଆଉ କିଏକିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ ଯାଞ୍ଚ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/27/2vmMNfkjAdszXAm4RpZR.jpg)