ବ୍ୟକ୍ତିଙ୍କ ଆଶ୍ଚର୍ଯ୍ୟଜନକ ଦାବି! ନାଗ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନାଗୁଣୀ କଲାଣି ୭ଥର ଦଂଶନ

ନୂଆଦିଲ୍ଲୀ: ଆପଣ ପ୍ରାୟତଃ ସିନେମାରେ ଦେଖିଥିବେ ଯେ ଯଦି ଜଣେ ବ୍ୟକ୍ତି ନାଗକୁ ମାରିଦିଏ, ତେବେ ନଗୁଣୀ ସେହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଶାନ୍ତିରେ ବସି ରହି ନଥାଏ।

ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଜଣେ ବ୍ୟକ୍ତି ଏପରି ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ରାମପୁର ଜିଲ୍ଲାର ଥାନା ସ୍ବାର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି କି, ନାଗ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନାଗୁଣୀ ତାଙ୍କୁ ୭ ଥର ଦଂଶନ କରିଛି।

ବ୍ୟକ୍ତିଙ୍କ ଏହି ଆଶ୍ଚର୍ଯ୍ୟଜନକ ଦାବି ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ୟକ୍ତି ଜଣକ କହିଛନ୍ତି ଯେ ପ୍ରତ୍ୟେକ ଥର ସାପ କାମୁଡ଼ିବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନାକୁ ନେଇଯାଆନ୍ତି। ଆଉ ସେ ମୃତ୍ୟୁମୁଖରୁ ବଞ୍ଚି ଯାଇଥାଆନ୍ତି, କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ବ୍ୟକ୍ତି ଜଣକ କହିଛନ୍ତି ଯେ ତାଙ୍କୁ ଘରୁ ବାହାରି କାମ କରିବାକୁ ଭୟ ଲାଗୁଛି। କେଉଁ ପରିସ୍ଥିତିରେ ସାପ ତାଙ୍କୁ ଆକ୍ରମଣ କରିବ ‌ସେ ଭୟ ସବୁବେଳେ ରହୁଛି।

ସ୍ବାର ପୁଲିସ ଷ୍ଟେସନ ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତ ମୋହବ୍ବତ ନଗରର ମିର୍ଜାପୁର ଗାଁର ବାସିନ୍ଦା ଏହସାନ ଅଲି କହିଛନ୍ତି ଯେ ସାତ ମାସ ପୂର୍ବେ ସେ ତାଙ୍କ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ସେ ଏକ ଯୁଗଳ ସାପ ଦେଖିଥିଲେ । ସେ ଏହି ଯୁଗଳ ସାପଙ୍କୁ ଏକ ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଘଟଣାସ୍ଥଳରେ ନାଗର ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ନାଗୁଣୀ ଆକ୍ରମଣରୁ ରକ୍ଷା ପାଇଯାଇଥିଲା। ଏହା ପରେ ସେ ତାଙ୍କ ଘରକୁ ଚାଲିଆସିଥିଲେ। ସେ କେବେ ଭାବି ନଥିଲେ ଯେ ସାପକୁ ମାରିବାର ପରିଣାମ ଏପରି ଭୋଗିବେ ବୋଲି।

ଏହି ଘଟଣା ପରଠାରୁ ତାଙ୍କୁ କ୍ରମାଗତ ଭାବରେ ନାଗୁଣୀ  ଆକ୍ରମଣ କରିଆସୁଛି। ପ୍ରଥମ ଆକ୍ରମଣ ନାଗୁଣୀ ୬ ମାସ ପୂର୍ବରୁ କରିଥିଲା। ଏହାରି ଭିତରେ ସେ ‌୭ଥର ସର୍ପ ଦଂଶନର ଶିକାର ହୋଇସାରିଛନ୍ତି। ସଠିକ ସମୟରେ ଚିକିତ୍ସା କରାଇ ନେଉଥିବାରୁ ବଞ୍ଚି ଯାଉଛନ୍ତି। କିନ୍ତୁ ଆଗକୁ କେଉଁ ପରିସ୍ଥିତିରେ କ’ଣ ଘଟିବ ସେ ଚିନ୍ତାରେ ରହୁଛନ୍ତି ଏହସାନ।

ସମ୍ବନ୍ଧିତ ଖବର