ସ୍ତ୍ରୀ ନକହି ଘରୁ ଚାଲିଯିବା ପରେ ‌ରାଗରେ ବିଜୁଳି ଖୁଣ୍ଟି ଉପରେ ଚଢ଼ିଗଲେ ସ୍ବାମୀ; ଗୋଡ଼ ଟାଣି ତଳକୁ ଓହ୍ଲାଇଲା ପୁଲିସ

ଛତିଶଗଡ଼: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ଝଗଡ଼ା ତ ଲାଗି ରହିଥାଏ। ଅନେକ ଥର ଛୋଟଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟ‌ାକଟି ଆରମ୍ଭ ହୋଇଯାଇଥାଏ। ଛତିଶଗଡ଼ର ଏକ ଗ୍ରାମରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଉପରେ ରାଗି ବିଜୁଳି ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଆଉ ଅନେକ ସମୟ ଧରି ଘଟଣାସ୍ଥଳରେ ହାଏଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା।

ଏହି ଘଟଣା ଛତିଶଗଡ଼ ବଲରାମୁରରେ ଘଟିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କିଛି ନକହି ଘରୁ କେଉଁଆଡେ ଚାଲି ଯାଇଥିଲେ। ବହୁ‌ ଖୋଜାଖୋଜି ପରେ ସ୍ତ୍ରୀକୁ ଘରେ ନପାଇବାରୁ ମଦ୍ୟପାନ କରିଥିବା ସ୍ବାମୀ ରାଗି ଯାଇ ନିକଟସ୍ଥ ବିଦ୍ୟୁତ ଖମ୍ଭ ଉପରେ ଚଢ଼ି ଯାଇଥିଲେ।

ସ୍ଥାନୀୟଲୋକ ଉକ୍ତ ଯୁବକଙ୍କୁ ଅନେକ ବୁଝାସୁଝା କରିବା ପରେ ବି ସେ କାହାରି କିଛି କଥା ଶୁଣି ନଥିଲେ। ଏହାପରେ ଲୋକମାନେ ଏ ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଗୋଡ଼କୁ ଟାଣି ତଳକୁ ଓହ୍ଲାଇବା ପାଇଁ ବାଧ୍ୟ କରିଥିଲା।

ସମ୍ବନ୍ଧିତ ଖବର