ନୂଆଦିଲ୍ଲୀ: ପ୍ରେମିକମାନେ ନିଜର ପ୍ରେମିକାଙ୍କୁ ପ୍ରେମ ପ୍ରସ୍ତାବ ଦେବା ପାଇଁ ସମୟସମୟରେ ନିଜ ଜୀବନକୁ ବିପଦରେ ପକାଇ ଦେଇଥାଆନ୍ତି। ଅନେକ ସମୟରେ ଯୁବକମାନେ ନିଜ ପ୍ରେମିକାଙ୍କ ପାଇଁ ବିଜୁଳି ଖୁଣ୍ଟରେ ଚଢ଼ି ଯାଇଥାଆନ୍ତି ତ ଆଉ କେହି ପାଣିଟାଙ୍କି ଉପରକୁ। ଏଭଳି କ୍ରମରେ ଜଣେ ଯୁବକ ଉଚ୍ଚ ବିଜୁଳି ଖୁଣ୍ଟ ଉପରେ ଚଢ଼ି ନିଜର ପ୍ରେମିକାଙ୍କୁ ପ୍ରେମ ପ୍ରସ୍ତାବ ଦେଉଥିବା ନେଇ ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ନିକଟରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ଏକ ଉଚ୍ଚ ବିଜୁଳି ଖୁଣ୍ଟ ଉପରେ ଚଢ଼ି ଯାଇଛନ୍ତି। ଆଉ ହାତରେ ମୋବାଇଲ ନେଇ ଭିଡିଓ କଲରେ କଥା ହେଉଛନ୍ତି। ଆଉ ଜୋରଜୋର ପାଟି କରି କହୁଛନ୍ତି, ‘ପୂଜା ମୁଁ ତୁମକୁ ବହୁତ ଭଲ ପାଏ…’। ଏହାକୁ ଦେଖି କୁହାଯାଉଛି ସେ ବିଜୁଳି ଖୁଣ୍ଟ ଉପରେ ଚଢ଼ି ତାଙ୍କ ପ୍ରେମିକାଙ୍କ ସହିତ କଥା ହେଉଛନ୍ତି।
ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
View this post on Instagram
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ itz_sonu_beawar ନାମକ ପେଜରୁ ସେୟାର କରାଯାଇଛି। ଏଯାବତ ଭିଡିଓକୁ ୭୦ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।