ପୁଣେ: କରଜର ବୋଝକୁ ସହି ନପାରି ଜଣେ ବ୍ୟବସାୟୀ ନିଜର ପତ୍ନୀ ଓ ଦୁଇ ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଶୁକ୍ରବାର ରାତି ଶିବଣେସ୍ଥିତ ପୋକଲେ ନଗରରେ ଘଟିଛି। ବ୍ୟବସାୟୀ ନିଜ ପରିବାରକୁ ହତ୍ୟା କରିବା ପାଇଁ ବିଷର ସାହାଯ୍ୟ ନେଇଥିବା ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/02/pune-2_1518902925-300x233.jpg)
ଘଟଣାସ୍ଥଳରୁ ଜବତ ହୋଇଥିବା ସୁଇସାଇଡ ନୋଟରୁ ଜଣାପଡ଼ିଛି, ବ୍ୟବସାୟୀ ଏହି ପଦକ୍ଷେପ କରଜର ବୋଝ ସହି ନପାରି ଉଠାଇବାକୁ ବାଧ୍ୟ ହୋଇଛି। ପୁଲିସ ଏହି ଘଟଣାର ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ପୁଲିସ ମୁତାବକ, ନିଲେଶ ସୁରେଶ ଚୌଧୁରୀ(୩୯) ଶିବଣେର ପୋକଲେନଗରରେ ଏକ କୋଠା କିଣିଥିଲେ। ସେଠାରେ ସେ ପତ୍ନୀ ନିଲମ(୩୪), ଦୁଇ ଝିଅ ଶ୍ରାବଣୀ ଓ ଶି୍ରୟା(୭)ଙ୍କ ସହିତ ବସବାସ କରୁଥିଲେ।
/sambad/media/post_attachments/wp-content/uploads/2018/02/pune-3_1518902925-300x233.jpg)
ଶୁକ୍ରବାର ଦ୍ୱିପହରରେ ନିଲେଶଙ୍କ ଘର ବନ୍ଦ ଥିଲା। ରାତି ହେଲା ପରେ ବି ଘରେ ଲାଇଟ୍ ନଜଳିବାରୁ ନିଲେଶଙ୍କ ପାଖପଡୋଶିଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସେମାନେ ଉତ୍ତମନଗର ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଲେଶଙ୍କ ଘର କବାଟ ଭାଙ୍ଗି ଥିଲେ। କାବଟ ଭାଙ୍ଗିଲା ପରେ ଘରେ ଚାରି ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତିନିଜଣଙ୍କ ମୁହଁରୁ ଧଳା ରଙ୍ଗର ଫେଣ ବାହାରୁଥିଲା ଓ ନିଲେଶଙ୍କ ମୃତଦେହ ଫଙ୍ଖାରେ ଝୁଲିଥିଲା । ଏଥିରୁ ସନ୍ଦେହ କରାଯାଉଛି କି ନିଲେଶ ପତ୍ନୀ ଓ ଦୁଇ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ନିଜେ ଫାଶୀ ଲାଗାଇ ଆତ୍ମହତ୍ୟା କରିଥିଲେ।
ମୃତକ ନିଲେଶର ପ୍ଲାଷ୍ଟିକ୍ ମୋଲଡିଙ୍ଗର ବ୍ୟବସାୟ ଥିଲା। ଏଥିପାଇଁ ସେ କରଜ କରିଥିଲେ। ପୁଲିସକୁ ନିଲେଶଙ୍କ ପକେଟରୁ ଏକ ଚିଠି ଜବତ କରିଥିଲା। ଯେଉଁଥିରେ ସେ ଲେଖିଥିଲେ କି, ‘ବ୍ୟବସାୟରେ ଅସଫଳତା ଓ କରଜ ସୁଝି ନପାରି ନିଜ ହାତରେ ମୋର ପରିବାରକୁ ନଷ୍ଟ କରି ଦେବା ପାଇଁ ସ୍ଥିର କରିଥିଲି। ମୋତେ ଗୋଟିଏ କଥାକୁ ନେଇ ଦୁଃଖ କି, ମୋର ଦୁଇଟି ଝିଅ ମୋତେ ବହୁତ ଭଲ ପାଉଥିଲେ। ଦେଖିବାକୁ ବି ସେମାନେ ଖୁବ୍ ସୁନ୍ଦର ଓ ପାଠପଢ଼ାରେ ବି ପ୍ରଖର ଥିଲେ। ଯଦି ମୁଁ ମରି ଯାଏ ସେମାନେ ଖରାପ ସ୍ଥିତ ଦେଇ ନବଞ୍ଚନ୍ତୁ ବୋଲି ତାଙ୍କୁ ବି ମୋର ସାଥୀରେ ନେଇ ଯିବାକୁ ସ୍ଥିତ କରିଥିଲି। ଏଥିପାଇଁ କେହି ବି ଦୋଷୀ ନୁହନ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/pune_1518902925.jpg)