ନାବାଳିକା ପ୍ରେମରେ ପଡ଼ିବା କାଳହେଲା! ପ୍ରତାରିତ ହୋଇ ଆତ୍ମହତ୍ୟା କଲେ ୧୯ବର୍ଷିୟ ଯୁବକ

ନୂଆଦିଲ୍ଲୀ :ଭାରତର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ପ୍ରେମରେ ପ୍ରତାରିତ ହୋଇ ଜଣେ ୧୯ବର୍ଷିୟ ଯୁବକ ନିଜର ଜୀବନ ହାରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିବା ପୂର୍ବରୁ ଏଥି ପାଇଁ ତାଙ୍କ ୧୩ ବର୍ଷିୟା ପ୍ରେମିକା ଦାୟୀ ବୋଲି ଲେଖିଥିବା ଏକ ଚିଠି ପୁଲିସ ଉଦ୍ଧାର କରିଛି । ଚିଠିରେ ଯୁବକ ଜଣକ ତାଙ୍କ ଜୀବନରେ ଆସିଥିବା ସବୁ ଦୁଃଖ ପାଇଁ ତାଙ୍କ ପ୍ରେମିକା ଦାୟୀ ବୋଲି ଲେଖିଛନ୍ତି । ତଦନ୍ତ ପରେ ଆତ୍ମହତ୍ୟା କରିଥିବା ରାଜବୀରଙ୍କ ପ୍ରେମିକା ଆଗରୁ ଜଣେ ଯୁବକଙ୍କୁ ଫସାଇ ତାଙ୍କୁ ଜେଲ ପଠାଇ ସାରିଛନ୍ତି ବୋଲି ଜଣା ପଡ଼ିଥିଲା ।

newsofnepal.com

ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ସତ୍‌ପାଲ ତାଙ୍କ ପରିବାରକୁ ନେଇ ଗାନ୍ଧି ନଗରରେ ରହିବା ଆରମ୍ଭ କରିଥିଲେ। ଘର ଚଳାଇବା ପାଇଁ ସତ୍‌ପାଲ ଟେଲର୍‌ ଦୋକାନ ଆରମ୍ଭ କରିଥିଲେ । ଧୀରେ ଧୀରେ ତାଙ୍କର ବ୍ୟବସାୟ ବଢ଼ିବା ସହ ଭଲ ଆୟ ମଧ୍ୟ ହୋଇଥିଲା । ଠିକ୍‌ ସେହି ସମୟରେ ରାଜବୀର ଜଣେ ୧୩ବର୍ଷିୟ ନାବାଳିକାଙ୍କ ପ୍ରେମରେ ପଡ଼ି ଯାଇଥିଲେ, ଯାହା ପରେ ତାଙ୍କୁ କାଙ୍ଗାଳ କରି ଦେଇଥିଲା । ନାବାଳିକା ଜଣକ ସବୁ ଟଙ୍କା ନେବା ସହ ତାଙ୍କୁ ଧୋକା ଦେଇଥିଲା । ଯେଉଁଥି ପାଇଁ ରାଜବୀର ନିଜ ଜୀବନ ହାରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ରାଜବୀରଙ୍କ ମୃତଦେହ ନିକଟରୁ ଉଦ୍ଧାର କରାଯାଇଥିବା ଚିଠିରେ ଲେଖାଯାଇଛି , “ମୁଁ ତୋ ଭଲ ପାଇବା ପାଇଁ ଦୁନିଆର ସବୁ ଖୁସି ତତେ ଦେଇଥିଲି । ତୋ ପାଇଁ ମା’-ବାପାଙ୍କୁ ଛାଡ଼ି ମୁଁ ମଦ ପିିଇବା ଆରମ୍ଭ କରିଥିଲି । ତୋ ପାଇଁ ମୋ ବ୍ୟବସାୟରେ ଘାଟା ହେଲା । ମୋ ମା’-ବାପାଙ୍କର ମୋ ଉପରୁ ବିଶ୍ୱାସ ଉଠିଗଲା । ତୋ ପାଇଁ ମୁଁ କରଜରେ ଡୁବିଗଲି। ଏତେ ସବୁ କରି ବି ତୁ ମୋତେ ଧୋକା ଦେଲୁ । ମୁଁ ମରିବା ପରେ ଏହି ଚିଠି ମୋ ଧୋକେବାଜ୍‌ ପ୍ରେମିକାକୁ ଦେବ।” ଏହି ଘଟଣା ପରେ ଅଧିକ ସୂଚନା ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର