ଠାଣେ: ସେପ୍ଟେମ୍ବର ୧୯ ତାରିଖରେ ଠାଣେରେ ରେଳବାଇର ଏକ ଅଦାଲତ ୨୦୧୩ ମସିହାରେ ଟ୍ରେନରେ ଜଣେ ମହିଳାଙ୍କ ସହିତ ଅସଦାଚରଣ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତକୁ ଦୁଇବର୍ଷର ଜେଲଦଣ୍ଡର ଶୁଣାଣି କରିଛନ୍ତି। ଏଥିସହିତ ପୀଡିତାଙ୍କୁ ୧୦,୦୦୦ଟଙ୍କା ଦେବାକୁ କହିଛନ୍ତି। ଏହି ଜରିମାନା ନଦେଲେ ଦୋଷୀକୁ ଆହୁରି ଏକମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।
ଏହି ଶୁଣାଣି କରିବା ସହିତ ଅଦାଲତ କହିଥିଲେ କି, ଯଦି ଏଭଳି ଘଟଣାକୁ ଗମ୍ଭୀରତା ସହିତ ନେବା ନାହିଁ, ତେବେ ଭବିଷ୍ୟତରେ ଟ୍ରେନରେ ମହିଳାମାନଙ୍କ ଯାତ୍ରା ସୁରକ୍ଷିତ ହେବ ନାହିଁ।
ପ୍ରକାଶିତ ରିପୋର୍ଟ ମୁତାବକ, ୨୦୧୩ରେ ସେପ୍ଟେମ୍ବର ୩ ତାରିଖରେ ନାସିକରେ ଭୁସାୱାଲ-ମୁମ୍ବାଇ ପାସେଞ୍ଜର ଟ୍ରେନର ମହିଳା ଜଣକ ଏକ ଜେନେରାଲ କୋଚରେ ଯାତ୍ରା କରୁଥିଲେ। ଏହି ସମୟରେ ସେ କିଛି ସମୟ ପାଇଁ ଶୋଇ ଯାଇଥିଲେ।
ଟ୍ରେନ ଖଡ଼ିବଲି ଷ୍ଟେସନରେ ଛିଡ଼ା ହେବାପରେ ତାଙ୍କୁ ଲାଗିଥିଲା କି ତାଙ୍କ ଶରୀରକୁ କେହି ଜଣେ ସ୍ପର୍ଶ କରୁଛି। ଏହାପରେ ସେ ଉଠି ପଡ଼ିଥିଲେ। ଆଉ ଦେଖିଥିଲେ ତାଙ୍କ ପାଖରେ ଜଣେ ଯୁବକ ବସିଛି। ଏହାପରେ ମହିଳାଜଣକ ଚିତ୍କାର କରିଥିଲେ। ମହିଳାଙ୍କ ପାଟିଶୁଣି ଅଭିଯୁକ୍ତ ଜଣକ ଟ୍ରେନ ଝରକା ଦେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାକୁ କାବୁ କରି ପୁଲିସରେ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-2-copy-1.jpg)