୧ କୋଟି ଟଙ୍କାର ବୀମା ରାଶି ପାଇବା ପାଇଁ ଜୀବନ୍ତ ପତ୍ନୀଙ୍କୁ ମୃତ ଘୋଷଣା କଲେ ସ୍ୱାମୀ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଏକ ବୀମା କମ୍ପାନିଠାରୁ ୧ କୋଟି ଟଙ୍କା ପାଇବା ଲୋଭରେ ଜଣେ ସ୍ୱାମୀ ନିଜର ଜୀବିତ ପତ୍ନୀଙ୍କୁ ଶନିବାର ମୃତ ଘୋଷଣା କରି ଚର୍ଚ୍ଚା ପାଲଟିଛନ୍ତିି। ତେବେ, ଏହି ବ୍ୟକ୍ତିଙ୍କୁ ଜାଲିଆତି କରିଥିବା ଅଭିଯୋଗରେ ବଞ୍ଜାରା ହିଲ୍‌ସ ପୁଲିସ୍‌ ଗିରଫ କରିଛି।

ବଞ୍ଜାରା ହିଲ୍‌ସ ପୁଲିସ୍‌ ଇନ୍‌ସ୍ପେକ୍ଟର କେ ଶ୍ରୀନିବାସ କହିଛନ୍ତି, ‘ ଗ୍ରେଟର ହାଇଦ୍ରାବାଦ୍‌ ମୁନିସ୍‌ପାଲ୍‌ଟି କର୍ପୋରେସନ୍‌ର(ଜିଏଚ୍‌ଏମ୍‌ସି) ଅଞ୍ଚଳର ମହିଳା ନାଜିଆ ସକିଲ୍‌ଙ୍କ ନାମରେ ତାଙ୍କ ସ୍ୱାମୀ ଏକ ମୃତ ସାର୍ଟିଫିକେଟ୍‌ କାଢ଼ି ବୀମା କମ୍ପାନତକୁ ଚଖମା ଦେବାକୁ ଉଦ୍ୟମ କରିଥିଲେ।

ସେପ୍ଟେମ୍ବର ୨୯ ତାରିଖରେ ଆଇସିଆଇସିଆଇ ପ୍ରୁଡେଣ୍ଟିଆଲ୍‌ ଇନ୍‌ସୁରାନ୍ସ କର୍ତ୍ତୃପକ୍ଷ ବଞ୍ଜାରା ହିଲ୍‌ସ ଥାନାରେ ଏକ ଅଭିଯୋଗ କରିଥିଲେ। ବୀମା କମ୍ପାନି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ବ୍ୟକ୍ତି ଜଣକ ଯେତେବେଳେ ତାଙ୍କ ପତ୍ନୀଙ୍କର ମିଛ ମୃତ ସାର୍ଟିଫିକେଟ ପ୍ରଦାନ କରି ବୀମା ପାଇଁ ଆବେଦନ କରିଥିଲେ ତାଙ୍କ ସୁନ୍ଦେହ ହୋଇଥିଲା। ସେ ଏହି ଘଟଣାର ଖେଳତାଢ଼ କରିବାରୁ ବ୍ୟକ୍ତି ଜଣକ ଜାଲିଆତି କରି ବୀମା ପାଇଁ ଆବେଦନ କରିଥିବା ଜାଣିବାକୁ ମିିଳିଥିଲା।

ସମ୍ବନ୍ଧିତ ଖବର