ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ରେଳ ଧାରଣାରେ ସ୍କୁଟି ସହିତ ଷ୍ଟଣ୍ଟ ଦେଖାଉଛନ୍ତି। ଏହି ସମୟରେ ହଠାତ ସାମ୍ନା ପଟୁ ଏକ ଟ୍ରେନ ଆସି ଯାଉଛି। ଆଉ ତା’ପରେ ଯାହା ହେଲା ତାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଉଛନ୍ତି।

Advertisment

ଏହି ଭିଡିଓଟି ଗୁଜୁରାଟର ବୋଲି କୁହାଯାଉଛି। ଏଠାରେ ଜଣେ ବ୍ୟକ୍ତି ଜାମନଗରର ରେଳ ଧାରଣାରେ ଫଟୋ ଉଠାଇବାକୁ ଯାଇଥିଲେ। ରେଳ ଧାରଣାରେ ସ୍କୁଟି ରଖି ଫଟୋ ଉଠାଇବା ସହିତ ଭିଡିଓ କରୁଥିବା ବେଳେ ହଠାତ ଟ୍ରେନ ଚାଲି ଆସିଥିଲା। ଟ୍ରେନକୁ ଦେଖି ପ୍ରାଣ ବିକଳରେ ଯୁବକ ଜଣକ ରେଳ ଧାରଣାରୁ ଚାଲି ଯାଇଥିଲେ। କିନ୍ତୁ ତାଙ୍କ ସ୍କୁଟି ସେଇଠାରେ ହିଁ ଫସି ରହି ଯାଇଥିଲା। ଟ୍ରେନ ଧକ୍କାରେ ସ୍କୁଟି ଚୁରୁମାର ହୋଇଯାଇଛି।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଷ୍ଟଣ୍ଟ ଦେଖାଉଥିବା ଉକ୍ତ ଯୁବକଙ୍କୁ ଖୋଜିବାକୁ ଚେଷ୍ଟା ଚଲାଇଛି।