ପ୍ରେମିକା କାଳେ ପରୀକ୍ଷାରେ ଫେଲ ହୋଇଯିବ ଯୁବତୀ ବେଶରେ ପ୍ରେମିକ ଦେଲେ ପରୀକ୍ଷା

ନୂଆଦିଲ୍ଲୀ: ସେନେଗଲରେ ପ୍ରେମିକା କାଳେ ପରୀକ୍ଷାରେ ଫେଲ ହୋଇଯିବ ସେଥିପାଇଁ ପ୍ରେମିକ ଯୁବତୀଙ୍କ ଭଳି ପୋଷାକ ପିନ୍ଧି ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଗେଷ୍ଟନ ବର୍ଜନ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ର ମହିଳାଙ୍କ ଭଳି ବେଶ ଧାରଣ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିବା ଜଣାପଡ଼ିଥିଲା। ଉକ୍ତ ଛାତ୍ରଙ୍କ ନାମ ଖାଦିମ ମ୍ବୋପ ବୋଲି ଜଣାପଡ଼ିଛି।

କୁହାଯାଉଛି କି, ଖାଦିମ ମ୍ବୋପଙ୍କୁ ତାଙ୍କ ପ୍ରେମିକା କାଳେ ପରୀକ୍ଷାରେ ଫେଲ ହୋଇଯିବ ସେହି ଭୟ ରହିଥିଲା। ସେ କିପରି ପରୀକ୍ଷାରେ ତାଙ୍କ ପ୍ରେମିକାଙ୍କୁ ପାସ କରିବେ ସେ ଚିନ୍ତାରେ ରହିଥିଲେ। ଏହାରି ଭିତରେ ସେ ଏକ ଉପାୟ ଆପଣାଇଥିଲେ। ନିଜ ପ୍ରେମିକାଙ୍କ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ତିନିଦିନ ପରୀକ୍ଷା ଦେବା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରର ନୀରିକ୍ଷକ ଖାଦିମ ମ୍ବୋପଙ୍କୁ ଦେଖି ସନ୍ଦେହ କରିଥିଲେ। ଏହାପରେ ଯାଞ୍ଚ କରିବାରୁ ଘଟଣା ଉପରୁ ପରଦା ଉଠିଥିଲା।

ପରୀକ୍ଷା ନୀରିକ୍ଷକ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ-ଯୁବତୀଙ୍କୁ ଧରି ଥାନାକୁ ନେଇ ଯାଇଥିଲେ। ସେଠାରେ ଦୁହିଁଙ୍କୁ ପଚାରଉଚରା କରୁଛି ପୁଲିସ। ଯଦି ଘଟଣାରେ ଦୁହେଁ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଯୁବକ-ଯୁବତୀଙ୍କୁ ୫ବର୍ଷ ଜେଲ ହେବା ସହିତ ୫ବର୍ଷ ପର୍ଯ୍ୟନ୍ତ କୌଣସି ପରୀକ୍ଷା ଦେଇ ପାରିବେ ବୋଲି ଦଣ୍ଡ ଶୁଣାଣି ହୋଇପାରେ।

ସମ୍ବନ୍ଧିତ ଖବର