ମଦ ନିଶାରେ ଟାୟାର ନଥିବା କାର ଚଳାଉଥିବା ଚାଳକ ଗିରଫ

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ସମୟରେ ସଡ଼କ ନିୟମ ମାନି ଗାଡ଼ି ଚଳାଇବା ପାଇଁ ପୁଲିସ ବାରମ୍ବାର ସଚେତନ କରାଇ ଆସୁଛି। ଏହା ସତ୍ତ୍ୱେ ଚାଳକମାନେ ସଡ଼କ ନିୟମ ଉଲଂଘନ କରୁଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି।

ଏହି କ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ମଦ ନିଶାରେ ଗାଡ଼ି ଚଳାଉଥିବା ବେଳେ ଗିରଫ କରିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ୟକ୍ତିଜଣକ ଏତେ ମାତ୍ରାରେ ମଦ୍ୟପାନ କରିଥିଲେ କି ସେ ଟାୟାର ନଥିବା କାର ଚଳାଉଥିଲେ ବି ତାହା  ଜାଣିପାରୁ ନ ଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାରେ ଗତ ଶନିବାର ରାତିରେ ସାଉଥ୍‌ ୟୋର୍କସାୟାର ପୁଲିସ ରେଥରହେମରୁ କ୍ଷତିଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଏହାପରେ ଉକ୍ତ ଗାଡ଼ି ଚାଳକଙ୍କୁ ବି ପୁଲିସ ଗିରଫ କରିଥିଲା। ଗାଡ଼ିର ଏକ ଫଟୋ ସେୟାର କରି ପୁଲିସ ଟୁଇଟ କରି ଲେଖିଥିଲା କି, ଚାଳକ ଗାଡ଼ିର ବୀମା କରି ନ ଥିବା ବେଳେ ବୈଧ ଲାଇସେନ୍ସ ବି ରଖି ନ ଥିଲେ। କେବଳ ଏତିକି ନୁହେଁ, ଗାଡ଼ି ଚାଳକ ପ୍ରଚୁର ପରିମାଣରେ ନିଶାପାନ କରିଥିବାରୁ ସେ ଗୋଟିଏ ଚକା ନଥାଇ ଗାଡ଼ି ଚଳାଉଛନ୍ତି ବୋଲି ଜାଣି ପାରି ନଥିଲେ।

ସମ୍ବନ୍ଧିତ ଖବର