ନାମୀ ରେସ୍ତୋରାଁ ଖାଦ୍ୟରେ ଗ୍ରାହକ ନିଜେ ପକାଇ ଦେଲେ ମଲାମୂଷା, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ବେଜିଂ: ଚୀନର ହେଡିଲାଓରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ମାଗଣାରେ ଖାଦ୍ୟ ଖାଇବା ପାଇଁ ନିଜ ଖାଦ୍ୟରେ ମଲା ମୂଷା ପକାଇ ଦେଇଥିଲେ ଏବଂ ପରେ ଏହାର ଦୋଷ ରେସ୍ତୋରାଁ ଉପରେ ଲଦି ଦେଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଏହି ବ୍ୟକ୍ତି ଜଣକ ପ୍ରଥମେ ହୋଟେଲରୁ ଖାଦ୍ୟ ଅର୍ଡର କରିଥିଲେ। ଖାଦ୍ୟ ତାଙ୍କ ପାଖରେ ପହଞ୍ଚିବାର ୨୦ ମିନିଟ୍‌ ପରେ ଖାଦ୍ୟରେ ମଲା ମୂଷା ବାହାରିବା ନେଇ ସେ ଅଭିଯୋଗ କରିଥିଲେ। ଏହାପରେ ହୋଟେଲ ତାଙ୍କୁ ମାଗଣାରେ ଖାଦ୍ୟ ଦେବା ପାଇଁ କହିଥିଲେ । କିନ୍ତୁ ଯୁବକ ଜଣକ ମନା କରି ଦେଇଥିଲେ।

YouTube

ଏହାପରେ ମାମଲା ବୁଝାଶୁଝା ଉପରକୁ ଆସିଥିଲା। ରେସ୍ତୋରାଁ ଖାଦ୍ୟରେ ମଲା ମୂଷା ବାହାରିଥିବାରୁ ହେତୁ ଉକ୍ତ ଯୁବକଙ୍କୁ ୨ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ଶ୍ରୀ ଗୁଓ ଏଥିରେ ରାଜି ନହୋଇ ୫କୋଟି ଟଙ୍କା ଦାବି କରିଥିଲେ। ରେସ୍ତୋରାଁ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ଦେଇଥିଲା। ଉକ୍ତ ଯୁବକଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା କି ରାସ୍ତୋରାଁରୁ ମୋଟାଅଙ୍କର ରାଶି ନେବା ପାଇଁ ଏହି ଉପାୟ ଆପଣାଇଥିଲେ।

ଅଭିଯୁକ୍ତ ଗୁଓ ନିଜ ଦୋଷ ସ୍ୱୀକାର କରି କହିଛନ୍ତି, ରେସ୍ତୋରାଁରୁ ମାଗଣାରେ ଖାଦ୍ୟ ଖାଇବା ପାଇଁ ଘରୁ ଏକ ବୋତଲ୍‌ରେ ମଲା ମୂଷା ନେଇ ଆସିଥିଲେ। କିନ୍ତୁ ରେସ୍ତୋରାଁ ମାଲିକ ତାଙ୍କୁ ଟଙ୍କା ଦେଇ ମାମଲାର ସମାଧାନ କରିବାକୁ କହିବାରୁ ତାଙ୍କ ଲୋଭ ବଢ଼ି ଯାଇଥିଲା ଓ ସେ ଅଧିକ ଟଙ୍କା ଦାବି କରିଥିଲେ।

ସମ୍ବନ୍ଧିତ ଖବର