ଲଜ୍ଜା: ନିଶା ଦେଇ ସ୍ୱାମୀ ନିଜ ବନ୍ଧୁଙ୍କ ଦ୍ୱାରା ପତ୍ନୀଙ୍କୁ ଦୁଷ୍କର୍ମ କରାଇଲେ

କଲ୍ୟାଣ: ମହାରାଷ୍ଟ୍ରର କଲ୍ୟାଣ ଠାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ନିଶା ଦେଇ ନିଜେ ଦୁଷ୍କର୍ମ କରିବା ସହିତ ତାଙ୍କ ବନ୍ଧୁୁଙ୍କ ଦ୍ୱାରା ମଧ୍ୟ ଦୁଷ୍କର୍ମ କରାଇଛନ୍ତି। କେବଳ ସେତିକି ନୁହେ:, ଏହି ମୁହୂର୍ତ୍ତର ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଛନ୍ତି ସ୍ୱାମୀ ଓ ତାଙ୍କ ବନ୍ଧୁ।ଏହି ଘଟଣା ନେଇ ସମ୍ପୃକ୍ତ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସ୍ୱାମୀ ଓ ତାଙ୍କ ବନ୍ଧୁଙ୍କ ନାମରେ ଗଣଦୁଷ୍କର୍ମ , ଅପ୍ରାକୃତିକ ଯୌନସମ୍ପର୍କ ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି।
କୋସ୍‌ଲେଓ୍ଵାଡ଼ ଥାନାରେ ମହିଳାଜଣକ କରିଥିବା ଅଭିଯୋଗ ଅନୁଯାୟୀ, ଚଳିତ ଅଗଷ୍ଟ ମାସ୧୭ ତାରିଖ ଦିନ ତାଙ୍କ ସ୍ୱାମୀ ତାଙ୍କର ଜଣେ ବନ୍ଧୁୁଙ୍କୁ ଘରକୁ ଡ଼ାକିଥିଲେ। କିଛି ସମୟ ପରେ ବନ୍ଧୁ ଆଣିଥିବା ଜୁସ ପିଇବାକୁ ସ୍ୱାମୀ ତାଙ୍କୁ ଦେଇଥିଲେ। ଏହି ଜୁସ୍‌ ପିଇବାର କିଛି ସମୟ ପରେ ସେ ଅର୍ଦ୍ଧଚେତନ ଅବସ୍ଥାକୁ ଆସି ଯାଇଥିଲେ। ଏହି ସମରେ ତାଙ୍କ ବନ୍ଧୁଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସ୍ୱାମୀ ମହିଳାଙ୍କୁ ବାଧ୍ୟ କରିଥିଲେ। ମାତ୍ର ସେ ଏଥିରେ ରାଜି ହୋଇ ନ ଥିଲେ। ତେଣୁ ତାଙ୍କୁ ସ୍ୱାମୀ ହତ୍ୟା ଧମକ ଦେଇଥିଲେ। ପରେ ଉଭୟ ସ୍ୱାମୀ ଓ ତାଙ୍କ ବନ୍ଧୁ ବହୁବାର ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ସ୍ୱାମୀଙ୍କ ବନ୍ଧୁ ଦୁଷ୍କର୍ମ କରୁଥିବା ସମୟର ଭିଡ଼ିଓ ଉତ୍ତୋଳନ କରିଥିଲେ ସ୍ୱାମୀ। ତେବେ ସେ ଯେତେବେଳେ ପୂର୍ଣ୍ଣ ସଚେତନ ହେଲେ, ସେ ପୁଲିସରେ ଅଭିଯୋଗ କରିବାକୁ ବାହାରିବା ବେଳେ ତାଙ୍କୁ ଦୁଷ୍କର୍ମର ଭିଡ଼ିଓ ଦେଖାଇ ଓ ଏହାକୁ ଭାଇରାଲ କରିଦେବାର ଧମକ ଦେଇଥିଲେ ସ୍ୱାମୀ। କେବଳ ସେତିକି ନୁହେଁ, ତାଙ୍କୁ ଭୟଭିତ କରି ଥାନାକୁ ନ ଆସିବା ପାଇଁ ତାଙ୍କ ସ୍ୱାମୀ ତାଙ୍କ ସାନଭାଇକୁ ମାଡ଼ ମଧ୍ୟ ମାରିଥିଲେ। ତେବେ ରକ୍ଷାବନ୍ଧନ ଦିନ ସେ ନିଜ ବାପ ଘରକୁ ଯାଇଥିବା ବେଳେ ସେଠାରେ ଥିବା ତାଙ୍କ ଭଉଣୀ ଏ ନେଇ ଥାନାରେ ଅଭିଯୋଗ କରିବା ପାଇଁ ସାହସ ଦେବା ପରେମହିଳା ଜଣକ ଆସି ଥାନାରେ ଅଭିଯୋଗ କରିଛନ୍ତିବୋଳଇ ପୁଲିସ କହିଛନ୍ତିି। ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଦ୍ୱୟ ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର