୮ ବର୍ଷରେ ୯ ମହିଳାଙ୍କୁ ମିଛମିଛିକା ବିବାହ : କୋଟି କୋଟି ଟଙ୍କା ଠକି ଅଭିଯୁକ୍ତ ଫେରାର

କୋଏମ୍ବାଟୁର: ଟାର୍ଗେଟ ହେଉଛନ୍ତି ଧନୀ ବିଧବା କିମ୍ବା ଛାଡ଼ପତ୍ର ପାଇଥିବା ଧନୀ ମହିଳା। ମେଟ୍ରୋମୋନିଆଲ ସଂସ୍ଥା ଜରିଆରେ ବିବାହ ପାଇଁ ଇଛୁକ ଏହି ଧନୀ ମହିଳାମାନଙ୍କୁ ଚିହ୍ନଟ କରି ଟାର୍ଗେଟ କରୁଥିଲେ ବ୍ୟକ୍ତିଜଣକ। ନିଜର ଟ୍ରକ୍‌ ଟ୍ରାନ୍ସପୋର୍ଟ ବ୍ୟବସାୟରେ କ୍ଷତି ହେବା ପରେ ମେଟେଆମନିଆଲ ସଂସ୍ଥା ଚଳାଉଥିବା ଜଣେ ମହିଳା ଓ ପୁରୁଷଙ୍କ ସହିତ ମିଶି ବ୍ୟକ୍ତିଜଣକ ଧନୀ ମହିଳାମାନଙ୍କୁ ମିଛିମିଛିକା ବିବାହ କରି କୋଟି କୋଟି ଟଙ୍କା ଠକି ନେଇଛନ୍ତି। ଜଣେ ନୁହେଁ, କିମ୍ବା ଦୁଇଜଣ ନୁହେଁ, ଚେନ୍ନାଇ, ବେଙ୍ଗାଲୁର, କୋଏମ୍ବାଟୁରର ପ୍ରାୟ ୮/୧୦ ଜଣ ମହିଳାଙ୍କୁ ଏପରି ଠକିଥିବା ବ୍ୟକ୍ତିଜଣକ ଏବେ ପୁଲିସ ରାଡ଼ାରରେ ରହିଛି। ଚେନ୍ନାଇର ଜଣେ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ବି ପୁରୁଷୋତ୍ତମମ (୫୭ ବର୍ଷ)ନାମକ ଏହି ବ୍ୟକ୍ତିଜଣକ ପ୍ରାୟ ଦେଢ଼ କୋଟି ଟଙ୍କା ଠିକି ନେଇଥିବା ଅଭିଯୋଗ ହେବା ପରେ ପୁରୁଷୋତ୍ତମମଙ୍କ କଳା କାରାନାମା ପଦାକୁ ଆସିଛି। ଏ ନେଇ ପୁରୁଷୋତ୍ତମମଙ୍କ ୩ ଜଣ ତଥାକଥିତ ପତ୍ନୀ ସେମାନେ ୪କୋଟି ୫୦ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିବା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୁରୁଷୋତ୍ତମମ ଭେଲୋରରେ ନିଜର ବୃଦ୍ଧା ମା ଓ ୧୮ ବର୍ଷୀୟା ଝିଅ ସହିତ ରୁହନ୍ତି। କିଛି ବର୍ଷ ତଳେ ତାଙ୍କ ପତ୍ନୀ ଉଷା ରାଣୀଙ୍କର ପରଲୋକ ଘଟିଥିଲା। ପରେ ସେ ଟ୍ରକ୍‌୍‌ ବ୍ୟବସାୟରେ ମଧ୍ୟ କ୍ଷତି ସହିଥିଲେ। ତା ପରେ ସେ ମାଟ୍ରିମୋନିଆଲ ସଂସ୍ଥା ଚଳାଉଥିବା ମୋହନ ଓ ବନଜାଙ୍କ ସକ୍ରୀୟ ସହଯୋଗରେ ବିବାହ ନାମରେ ଧନୀ ଅଥଚ ଛାଡ଼ପତ୍ର ପାଇଥିବା କିମ୍ବା ବିଧବା ହୋଇ ଏକକୁଟିଆ ଜୀବନ କାଟୁଥିିବା ମହିଳାଙ୍କୁ ଟାର୍ଗେଟ କରି କରି ସେମାନଙ୍କ କୋଟିକୋଟି ଟଙ୍କା ଲୁଟିବା ଆରମ୍ଭ କରି ଦେଇଥିିଲେ।
କୋଏମ୍ବାଟୁର ଥାନାରେ ଇନ୍ଦିରା ଗାନ୍ଧୀ (୪୫ ବର୍ଷ)ନାମକ ଜଣେ କଲେଜ ଅଧ୍ୟାପିକା କରିଥିବା ଅଭିଯୋଗ ଅନୁଯାୟୀ, ପୁରୁଷୋତ୍ତମମ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ। କିଛି ଦିନର ସମ୍ପର୍କ ପରେ ପୁରୁଷୋତ୍ତମମ ତାଙ୍କୁ ଚେନ୍ନାଇର ଘର ବିକି କେଏମ୍ବାଟୁରରେ ସ୍ଥାୟୀଭାବେ ରହିବା ପାଇଁ ବୁଝାଇଥିଲେ। ମାତ୍ର ଇନ୍ଦିରା ଗାନ୍ଧୀ ଘର ବିକ୍ର କରିି ଦେଢ଼ କୋଟି ଟଙ୍କା ପୁରୁଷୋତ୍ତମମଙ୍କୁ ଦେବା ପରେ ପୁରୁଷୋତ୍ତମମଙ୍କର ଆଉ ଦେଖା ମିଳି ନ ଥିଲା। ତେବେ ସେ ଏକକାଳୀନ ଘର, ସ୍ୱାମୀ ଓ ପ୍ରେମ ହରାଇ ଭାଙ୍ଗି ପଡ଼ି ନ ଥିଲେ। ପୁରୁଷୋତ୍ତମମଙ୍କ କାଣ୍ଡକାରଖାନା ସମ୍ପର୍କରେ ସେ କୋଏମ୍ବାଟୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ପୁରୁଷୋତ୍ତମମ ପୂର୍ବରୁ ଅନୁରୂପ ଭାବେ ଅନ୍ୟ ୩ ଜଣ ମହିଳାଙ୍କୁ ଠକି ସାରିଥିବା ଜଣାପଡ଼ିିଥିଲା।ସେହିପରି ଇନ୍ଦିରାଗାନ୍ଧୀଙ୍କ ପୂର୍ବରୁ ତାଙ୍କର ଅନ୍ୟ ୪/୫ଟି ସ୍ତ୍ରୀ ଥିବା ମଧ୍ୟ ଜଣାପଡ଼ିିଥିଲା।


ଜଣାପଡ଼ିିଥିଲା ଯେ ପୁରୁଷୋତ୍ତମମ ତାଙ୍କର ଅନ୍ୟତମ ପତ୍ନୀ କୁମୁଦାଭଲ୍ଲୀଙ୍କୁ କହିଥିଲେ ଯେ ସେ କିଛି ଜମିବାଡ଼ି ବିବାଦରେ ଫଶିଯାଇଛନ୍ତିି। ଏହି ବିବାଦ ତୁଟି ଗଲେ ସେ ୧୭ କୋଟି ଟଙ୍କା ପାଇବେ। ପୁରୁଷୋତ୍ତମମଙ୍କ ପ୍ରେମ୍‌ରେ ମସଗୁଲ ମହିଳା ଜଣକ ତାଙ୍କୁ ସନ୍ଦେହ କରିବା ପରିବର୍ତ୍ତେ ତାଙ୍କ ଜମି ବିକି ୩ କୋଟି ଟଙ୍କା ଦେଇଥିଲେ। ଏହି ୩ କୋଟି ଟଙ୍କା ଯେଉଁଦିନ ପୁରୁଷୋତ୍ତମମଙ୍କୁ କୁମୁଦାଭଲ୍ଲୀ ଦେଲେ, ସେହିଦିନ ସେ ତାଙ୍କର ଶେଷ ଦର୍ଶନ କରିଥିଲେ।
ପୁଲିସ ତଦନ୍ତରୁ ଜଣାପଡ଼ିଥିଲା ସେ ମାଟ୍ରିମୋନିଆଲ ସଂସ୍ଥା ଚଳାଉଥିବା ମୋହନ ଓ ବନଜା କୁମାରୀ ମୋଟା ଅଙ୍କର ଟଙ୍କା ନେଇ ପୁରୁଷୋତ୍ତମମଙ୍କୁ ଦ୍ୱିତୀୟ ବିବାହ ଆଶାୟୀ ଧନୀ ବିଧବା ଓ ଛାଡ଼ପତ୍ର ପାଇଥିବା ଧନୀ ମହିଳାଙ୍କ ସମ୍ପର୍କରେ ସୂଚନା ଦେଉଥିଲେ। ସେମାନଙ୍କ ମଧ୍ୟରୁ ଟିଏ ସହଜରେ ଫଶିଯିବେ ସେଭଳି ମହିଳାଙ୍କୁ ପୁରୁଷୋତ୍ତମମ ଟାର୍ଗେଟ କରୁଥିଲେ। ପୁରୁଷୋତ୍ତମ ଏହିପରି ଭାବେ ସବିତା, ଉଷାରାଣୀ, ବିମଳା, ଇନ୍ଦିରାଗାନ୍ଧୀ, ଶନ୍ଥିନୀ, ଚିତ୍ରା, କୁମୁଦାଭଲ୍ଲୀ , ସୁଶୀଳା ଓ ଅନ୍ୟ ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କୁ , ଏହିପରି ଭାାବେ ଗତ ୮ ବର୍ଷ ମଧ୍ୟରେ ଚେନ୍ନାଇ, ଏରୋଡ଼, କୋଏମ୍ବାଟୁରର ପ୍ରାୟ ୯ ଜଣ ମହିଳାଙ୍କୁ ବିବାହ କରି କୋଟି କୋଟି ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର