ବିବାହର ୩ ବର୍ଷ ପରେ ସ୍ତ୍ରୀକୁ ଟ୍ରିପଲ ତଲାକ ଦେଇ ଶାଳୀଙ୍କୁ ଧରି ଯୁବକ ଫେରାର

ମୁଜାଫରନଗର: ଟ୍ରିପ୍‌ଲ ତଲାକ ବେଆଇନ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଏହା କେତେକ ମୁସଲମାନ ଯୁବକଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇ ନାହିଁ। ଏବେ ବି ଛୋଟ ଛୋଟ କଥାରେ ସ୍ୱାମୀ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଉଥିବା ଦେଖିବାକୁ ମିଳୁଛି। ନିକଟରେ ମୁଜାଫରନଗର ଜଣେ ଯୁବକ ବିବାହର ୩ ବର୍ଷ ପରେ ପତ୍ନୀକୁ ଟ୍ରିପଲ ତଲାକ ଦେଇ ଶାଳୀ ସହିତ ଫେରାର ହୋଇ ଯାଇଛନ୍ତି। ଏ ନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଛନ୍ତି।
ଉତ୍ତରପ୍ରଦେଶ ସହରାନପୁର ଜିଲ୍ଲାର ଦେଓବନ୍ଧ ଥାନା ଅନ୍ତର୍ଗତ ପଠାନପୁରା କଲୋନିର ନୁରଜହାଁ ନାମକ ଜଣେ ୨୭ ବର୍ଷୀୟା ଯୁବତୀ ଗତ ରବିବାର ଦିନ ଥାନାରେ ଅଭିଯୋଗ କରିଛନ୍ତି ଯେ ତିନି ବର୍ଷ ତଳେ ତାଙ୍କ ପଡୋଶୀ ଭାବେ ରହୁଥିବା ଅର୍ସାଦ ଅହମ୍ମଦଙ୍କୁ ବିବାହ ବା ନିକାହା କରିଥିଲେ। ବିବାହ ପରେ ସେମାନଙ୍କ ର ଗୋଟିଏ ଝିଅ ମଧ୍ୟ ଜନ୍ମ ହୋଇଛି। ମାତ୍ର ଅର୍ସାଦ ନୁରଜହାଁଙ୍କୁ ଯୌତୁକ ନେଇ ବାରମ୍ବାର ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବାପା ଅର୍ସାଦଙ୍କ ଦାବି ମୁତାବକ ଯୌତୁକ ଦେଉଥିଲେ ମଧ୍ୟ ନୁରଜର୍ହାଁଙ୍କ ଉପରେ ଅତ୍ୟାଚାର କମୁ ନ ଥିଲା। ମାତ୍ର ଗତ ୭ ତାରିଖ ଦିନ ପରିସ୍ଥିିତି ଭୟଙ୍କର ହୋଇଥିଲା। ଅର୍ସାଦ ନୁରଜହାଁଙ୍କୁ ଭୀଷଣ ମାଡ଼ ମାରିବା ସହିତ ତାଙ୍କୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲେ। ମାତ୍ର ପଡୋଶୀମାନେ ଆସି ପହଞ୍ଚିଯାଇ ତାଙ୍କୁ ରକ୍ଷା କରିଥିଲେ। ଏହାପରେ ପରେ ଅର୍ସାଦ ସେହିଠାରେ ନୁରଜାହାଁଙ୍କୁ ଟ୍ରିପଲ ତଲାକ ଦେଇଥିଲେ। କେବଳ ସେତିକି ନୁହେଁ, ନୁରଜହାଁଙ୍କ ସମସ୍ତ ସୁନାରୂପା ଅଳଙ୍କାର ନେଇ ଆର୍ସାଦ ନୁରଜାହାଁଙ୍କ ସାନ ଭଉଣୀଙ୍କୁ ଧରି ଫେରାର ହୋଇ ଯାଇଥିଲେ।ତେବେ ଏ ନେଇ ନୁରଜାହାଁ ଦେଓବନ୍ଧ ଥାନରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ମାମଲା ରୁଜୁ କରି ନାହିଁ। ଏ ନେଇ ସାହରନପୁର ଜିଲ୍ଲାର ବରିଷ୍ଟ ପୁଲିସ ଅଧିକ୍ଷକ ବବ୍‌ଲୁ କୁମାର କହିଛନ୍ତି ଯଦି ଯୁବତୀ ଜଣକ ଅଭିଯୋଗ କରନ୍ତି ତେବେ ମାମଲା ରୁଜୁ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର