ଲକ୍ଷ୍ମୌ: ଉତ୍ତରପ୍ରଦେଶର ନାଗଲା ଗୁଲାଲ ଅଞ୍ଚଳରେ ସନ୍ତ ଜ୍ଞାନାନନ୍ଦ ଇଣ୍ଟର କଲେଜରେ ଗୁରୁବାର କେମେଷ୍ଟ୍ରି ପରୀକ୍ଷା ଦେଉଥିବା ବେଳେ ଛାତ୍ରୀଙ୍କୁ ଜଣେ ଯୁବକ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ନାଗଲା ଗୁଲାଲ ଅଞ୍ଚଳରେ ସନ୍ତ ଜ୍ଞାନାନନ୍ଦ ଇଣ୍ଟର କଲେଜରେ ଗୁରୁବାର ଦିନ ୧.୩୦ବେଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅଭିଯୁକ୍ତ ବିକାଶ ଯାଦବ ଏକ ଦେଶୀ ବନ୍ଧୁକରେ ପରୀକ୍ଷା ହଲ ଭିତରେ ପ୍ରବେଶ କରି ଦୀପିକା ନାମ୍ନୀ ଛାତ୍ରୀକୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲା।
/sambad/media/post_attachments/wp-content/uploads/2018/02/up_man_enters_class_with_16_bullets_kills_girl_self_1519379002-300x186.jpg)
ପୁଲିସ ସୂତ୍ରରୁ ପ୍ରକାଶ, ବିକାଶ ଦିଲ୍ଲୀରେ ଜଣେ ଗାଡ଼ି ଚାଳକ ଭାବେ କାମ କରୁଥିଲା। ଫିରୋଜାବାଦ୍ରୁ ସେ କିଛି ସପ୍ତାହ ହେବ ଆସିଥିଲା। ମୃତ ଦୀପିକାଙ୍କ ଘର ଉରାଭାର୍ ଗ୍ରାମରେ। ହତ୍ୟାକାରୀ ବିକାଶର ଉରାଭାର୍ରୁ ଦୁଇ କିଲୋମିଟର ଦୂର ନାଥୁ କି ତାର୍ ଗ୍ରାମରେ ବସବାସ କରୁଥିଲା। ପିଲାଟି ବେଳୁ ବିକାଶ ମା’ର ମୃତ୍ୟୁ ହୋଇଯାଇଥିଲା। ଭଉଣୀମାନେ ବିକାଶକୁ ପାଳିପୋଷି ବଡ଼ କରିଥିଲେ। ଦୀପିକାକୁ ବିକାଶ ଭଲ ପାଉଥିଲା। ତେବେ ଦୀପିକା ବିକାଶର ପ୍ରେମ ନିବେଦନକୁ ଗ୍ରହଣ ନ କରିବାକୁ ରାଗରେ ଏଭଳି ପଦକ୍ଷେପ ନେଇଥିବା ପୁଲିସ ସୂଚନା ଦେଇଛି। ବିକାଶ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୦୨ରେ ମାମଲା ରୁଜୁ ହୋଇଛି ବୋଲି ନାଗଲା ଖାନ୍ଗର ସର୍କଲ ଅଫିସର ଅଜୟ ସିଂହ ଚୋହ୍ଵାନ୍ କହିଛନ୍ତି।
ତିନି ଭଉଣୀ ଭିତରେ ଦୀପିକା ସବୁଠାରୁ ବଡ଼ ଥିଲେ। ସେ ଜଣେ ଇଞ୍ଜିନୟର ହେବାର ସ୍ୱପ୍ନ ରଖିଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ପ୍ରକାଶ। ଦୀପିକାଙ୍କ ପିତା ଦିଲ୍ଲୀର ଏକ ଘରୋଇ ଫାର୍ମରେ କାମ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/up_man_enters_class_with_16_bullets_kills_girl_self_1519378984.jpg)