ଷ୍ଟଣ୍ଟ ଦେଖାଉଥିବା ସମୟରେ ଦେଖନ୍ତୁ କିଭଳି ବିପଦପୂର୍ଣ୍ଣ ଭାବେ ଛାତରୁ ଖସି ପଡ଼ୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କୁ ଷ୍ଟଣ୍ଟ ଦେଖାଇବାର ନିଶା ଘାରିଛି। ବିଭିନ୍ନ ପ୍ରକାର ଷ୍ଟଣ୍ଟ ଦେଖାଇ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଏକ ଟ୍ରେଣ୍ଡ ଚାଲିଛି। କିନ୍ତୁ ବେଳେବେଳେ ଏହି ଷ୍ଟଣ୍ଟ ମଣିଷକୁ ବିପଦରେ ପକାଇବା ସହିତ ଜୀବନ ବି ଚାଲିଯିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ନିକଟରେ ଜଣେ ବ୍ୟକ୍ତି ଷ୍ଟଣ୍ଟ ଦେଖାଉଥିବା ସମୟରେ ଅଳ୍ପକେ ଏକ ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଛାତ ଉପରେ ଦୌଡି ଦୌଡି ଆସୁଛନ୍ତି । ଆଉ ତାଙ୍କ ସାମ୍ନାରେ ଥିବା ଆଉ ଏକ ଛାତ ଉପରକୁ ଡେଇଁବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏତିକ ବେଳେ ସେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ। ଫଳରେ ଛାତ ଉପରୁ ତଳକୁ ପଡିଯାଇଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ସେ ଅଳ୍ପକେ ବଞ୍ଚି ଯାଇଛନ୍ତି। ଛାତ ଉପରୁ ଏଭଳି ଆକସ୍ମିକ ଭାବେ ତଳେ ପଡ଼ିଯାଇଥିବାରୁ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି।

 

ତେବେ ଏଭଳି ଷ୍ଟଣ୍ଟ ନକରିବା ପାଇଁ ଲୋକମାନଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ବି ଲୋକେ ସୋସିଆଲ ମିଡିଆରେ ନିଜର ଭ୍ୟୁ ବୃଦ୍ଧି କରିବାକୁ ଯାଇ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇବାକୁ ବି ପଛାଉ ନାହାନ୍ତି।

ସମ୍ବନ୍ଧିତ ଖବର