ନୂଆଦିଲ୍ଲୀ: ଝାନସୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ହେଲମେଟ ନ ପିନ୍ଧି କାର ଚଲାଉଥିବା ହେତୁ ଜଣେ ବ୍ୟକ୍ତିଙ୍କ ଚାଲାଣ କଟିଥିବାର ବାର୍ତ୍ତା ଆସିଥିଲା।
ଏହାପରେ ଉକ୍ତ ବ୍ୟକ୍ତି ଜଣକ ଯେତେବେଳେ ଟ୍ରାଫିକ ପୁଲିସ ନିକଟକୁ ଯାଇଥିଲେ, ସେଠାରେ ତାଙ୍କୁ ନିର୍ବାଚନ ପରେ ଆସିବାକୁ କୁହାଯାଇଥିଲା। ଏହି କାରଣରୁ ବ୍ୟକ୍ତି ଜଣକ ଭୟରେ କାର ଚଳାଇବା ସମୟରେ ବି ହେଲମେଟ ପିନ୍ଧୁଛନ୍ତି। ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଜରିଆରେ ନଜରକୁ ଆସିଛି। |
ସୂଚନାଯୋଗ୍ୟ, ଟ୍ରକର୍ସ ୟୁନିଅନର ସଭାପତି ଥିବା ବାହାଦୂର ସିଂଙ୍କ ପାଖକୁ ମାର୍ଚ୍ଚ ମାସରେ ମୋବାଇଲ୍ ଫୋନରେ ଏକ ବାର୍ତ୍ତା ଆସିଥିଲା। ଏଥିରେ ତାଙ୍କ କାରର ଚାଲାଣ କଟିଥିବାର ଉଲ୍ଲେଖ ଥିଲା। ସବିଶେଷ ତଥ୍ୟ ଯାଞ୍ଚ କରିବାକୁ ବାହାଦୂର ସିଂ ପରିବହନ ୱେବସାଇଟକୁ ଯାଇଥିଲେ। ସେଥିରେ ଉଲ୍ଲେଖ ଥିଲା କି ବାହାଦୂର ସିଂ କାର ଚଲାଉଥିବା ବେଳେ ହେଲମେଟ ପିନ୍ଧି ନଥିବାରୁ ୧୦୦୦ଟଙ୍କା ଜରିମାନା କରାଯାଇଛି। ଏଥିରେ ଯାନର ବର୍ଗ 'ମୋଟର କାର୍' ଭାବରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥିଲା।
Video: Fined ₹1,000, UP Man Now Drives His Audi With A Helmet On https://t.co/BbJEoZIEU8pic.twitter.com/6SIl7fmVXr
— NDTV (@ndtv) May 15, 2024
ବାହାଦୂର ସିଂ ଏହି ଘଟଣାକୁ ନେଇ କହିଛନ୍ତି, ଟ୍ରାଫିକ ଅଧିକାରୀ ମୋ ଅଭିଯୋଗର ଶୁଣାଣି ନିର୍ବାଚନ ପରେ ହେବ ବୋଲି କହିଛନ୍ତି। ତେଣୁ ସେତେଦିନ ପର୍ଯ୍ୟନ୍ତ ଯେମିତି ମୋତେ ଆଉ ଜରିମାନା ଦେବାକୁ ନପଡ଼େ ସେଥିପାଇଁ ହେଲମେଟ ପିନ୍ଧି କାର ଚଲାଇବାକୁ ବାଧ୍ୟ ହେଉଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/a52d4dec-17f5-4712-bd46-710d680fd202.jpg)