ମନ୍ଦସୌର: ମଧ୍ୟପ୍ରଦେଶର ମନ୍ଦସୌରରେ ଜୁନ୍ ୧୬ରେ ଏକ ବିବାହ ଉତ୍ସବରେ କିଛି ଲୋକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ, ଲୋକଙ୍କ ଜୋତାରେ ତାଙ୍କୁ ନାକ ରଗଡ଼ିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ପୀଡ଼ିତ ଯୁବକ କେଉଁଆଡେ ଫେରାର ହୋଇଯାଇଛନ୍ତି। ଏବେ ଏହି ଭିଡିଓ ଆଧାରରେ ପୁଲିସ ଅଭିଯୁକ୍ତକୁ ଖୋଜିବା ପାଇଁ ତଦନ୍ତ ଚଳାଇଛି।
#WATCH Madhya Pradesh: Man forced to rub nose on shoes of people who allegedly beat him after an argument broke out between them during a marriage ceremony, in Mandsaur on 16 June. The victim has been missing since the incident. pic.twitter.com/1pOYZ6J2D3
— ANI (@ANI) June 22, 2019
ପୁଲିସ ସୂତ୍ରରୁ ପ୍ରକାଶ, ମନ୍ଦସୌରରେ ଏକ ବିବାହ କାର୍ଯ୍ୟକ୍ରମରେ ଦୁଇଜଣ ଲୋକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା। ଏହାପରେ ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହିତ ନିଜ ଜୋତାରେ ନାକ ଘଷିବା ପାଇଁ ବାଧ୍ୟ କରିଥିଲେ।
ସ୍ଥାନୀୟ ସବ୍-ଡିଭିଜିନାଲ୍ ପୁଲିସ ଅଫିସର ଦିଲୀପ ସିଂହ ବିଲବାଲଙ୍କ କହିବାନୁସାରେ, ଏହି ଘଟଣାର ଭିଡିଓ ପୁଲିସ ପାଖକୁ ଆସିଛି। ଭିଡିଓ ଆଧାରର ଅଭିଯୁକ୍ତକୁ ଗିରଫ ପାଇଁ ତଦନ୍ତ ଚଳା ଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ଯାଞ୍ଚ ଆରମ୍ଭ ହୋଇଛି।