୫୯ବର୍ଷର ବୃଦ୍ଧ ୩୦ଜଣ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇ ଏପରି ହୋଇଥିଲା ମାଲାମାଲ୍‌, ଶେଷ ପରିଣାମ ଥିଲା ଏପରି

ଚେନ୍ନାଇ: ତାମିଲନାଡୁ ପୁଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏକି ବିବାହ କରିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଏଯାବତ୍‌ ୩୦ଜଣ ମହିଳାଙ୍କୁ ଧୋକା ଦେଇଥିବା ଖବର ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ, ୫୯ବର୍ଷୀୟ ଅଭିଯୁକ୍ତ ଏମ ମୁରଗନ୍‌ ଗତ ଏକ ଦଶକ ଧରି ଏଭଳି ଅନ୍ଦାଜରେ ମହିଳାମାନଙ୍କୁ ଧୋକା ଦେଇ ସେମାନଙ୍କଠାରୁ ଟଙ୍କା ଓ ସୁନା ଆଦି ଲୁଟି ଆସୁଥିଲା। ପୁଲିସ ଏହି ଅଭିଯୁକ୍ତଙ୍କଠାରୁ ସୁନା, ନଗଦ ୩୦ଟଙ୍କା ଓ ବାଇକ୍‌ ଜବତ କରିଛି। ଅଭିଯୁକ୍ତ ମୁରଗନ୍‌ ଅନେକ ମହିଳାଙ୍କୁ ସମ୍ପର୍କ କରି ବିବାହ ପାଇଁ ରାଜି କରାଇଥାଏ। ଏହାପରେ ଫୋନ୍‌ରେ କଥା ହୋଇ ମହିଳାଙ୍କ ବିଶ୍ୱାସ ଜିତି ନେଇଥାଏ।

ସୂଚନାଯୋଗ୍ୟ, ମୁରଗନ୍‌ ବୁର୍ମା କଲୋନରେ ବସବାସ କରେ। ହୋସୁରରେ ରହୁଥିବା ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ମରୁଗନକୁ ପୁଲିସ ଗିରଫ କରିଛି। ଅଭିଯୋଗ କରିଥିବା ମହିଳାଙ୍କ ଠାରୁ ବି ମୁରଗନ୍‌ ବିବାହ ପ୍ରସ୍ତାବ ଦେଇ ତାଙ୍କଠାରୁ ସୁନା ଚେନ୍‌ ଲୁଟି ନେଇଥିଲା। ମୁରଗନ ତାମିଲ ଖବର କାଗଜରେ ୨୦୦୮ରୁ ବିବାହର ନକଲି ବିଜ୍ଞାପନ ଦେଇ ଆସୁଥିଲା। ବିଜ୍ଞାପନାରେ ମୁରଗନ୍‌ ଦାବି କରିଥାଏ କି, ତାର ବିବାହ ବିଚ୍ଛେଦ ହୋଇଛି ଓ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛି। ତାର ଭଲ ବ୍ୟବସାୟ ଅଛି, ୪୦ରୁ ୫୦ହଜାର ମାସକୁ ରୋଜଗାର କରୁଛି। ବିବାହ ପାଇଁ ଜାତି ଓ ଧର୍ମକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ।

ଜଣେ ଅଧିକାରୀଙ୍କ କହିବାନୁସାରେ, ମୁରଗନ୍‌ ଯେଉଁଠାରେ ମହିଳାମାନଙ୍କୁ ଭେଟିଥାଏ ସେଠାରେ କୌଣସି ସିସିଟିଭି କ୍ୟାମେରା ଲାଗି ନଥାଏ । ମୁରଗନ୍‌ ମିଠାମିଠା କଥା କହି ମହିଳାଙ୍କ ବିଶ୍ୱାସ ଜିତି ନେବା ପରେ ଅସୁବିଧା ଅଛି କି ସୁନା ଓ ଟଙ୍କା ମହିଳାଙ୍କୁ ମାଗିଥାଏ। ମହିଳାମାନେ ବି ମୁରଗନ୍‌ କଥାକୁ ସତ ଭାବି ନେଇଥାଆନ୍ତି। ଏହାପରେ ମୁରଗନ୍‌ ଫୋନ୍‌ ସୁଇଜ୍‌ ଅଫ କରି ସିମ୍‌କାର୍ଡ ବଦଳାଇ ଦେଇଥାଏ। ମୁରଗନ୍‌ ପାଖରୁ ପାଖାପାଖି ୫୦ଟି ସିମ୍‌କାର୍ଡ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର