ନିଜ ମା’ ବୟସର ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କଲା ୨୩ବର୍ଷୀୟ ଯୁବକ

ପାଣାଜି : ନିଜ ମା’ ବୟସର ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାକୁ ନେଇ ପୁଲିସ କର୍ଣ୍ଣାଟକରେ ରହୁଥିବା ଜଣେ ୨୩ବର୍ଷୀୟ ଯୁବକଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଯେଉଁ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ସେ ଓଲ୍‌ଡ୍‌ ଗୋଆ ଭିଲେଜର ବାସିନ୍ଦା ବୋଲି ଜଣାପଡ଼ିଛି । ଶୁକ୍ରବାର ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ପୁଲିସ ଶନିବାର ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣଙ୍କ ମଞ୍ଜୁନାଥ ଡ଼ୋଡ଼ାମନି ବୋଲି ଜଣା ପଡ଼ିଥିବା ବେଳେ ସେ ବେଙ୍ଗାଲୁରୁର ବାସିନ୍ଦା ବୋଲି ସୂଚନା ମିଳିଛି । କିନ୍ତୁ କିଛି ଦିନ ହେବ ମଞ୍ଜୁନାଥ ନିଜ ମାତା-ପିତାଙ୍କ ସହ ଓଲ୍‌ଡ଼ ଗୋଆ ଭିଲେଜରେ ରହି ଆସୁଥିଲେ ବୋଲି ପୁଲିସ ସୂଚନାରୁ ପ୍ରକାଶ । ଗିରଫ ହେବା ପରେ ନିଜର ଦୋଷ ସ୍ୱୀକାର କରିଛନ୍ତି ମଞ୍ଜୁନାଥ ।

The Telegraph

ସେ ଦେଇଥିବା ବୟାନ ଅନୁଯାୟୀ, ବୁଧବାର ସେ ଜଣେ ମହିଳାଙ୍କୁ ଲିପ୍ଟ ଦେବା ବାହାନାରେ ଏକ ଜନଶୁନ୍ୟ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ସତ ସାମ୍ନାକୁ ଆସିଯିବା ଡ଼ରରେ ସେ ମହିଳାଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲେ ।

ସମ୍ବନ୍ଧିତ ଖବର