ଖବର ପ୍ରସାରଣ ବେଳେ ସାମ୍ବାଦିକାଙ୍କୁ ଅସଦାଚରଣ

ନୂଆଦିଲ୍ଲୀ: ସମୟସମୟରେ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ନିର୍ଭୟରେ ଲୋ‌କେ ଅସଦାଚରଣ କରି ଚାଲି ଯାଇଥାଆନ୍ତି। ଏପରି କରି କିଛିଲୋକ ଖସି ଯାଉଥିବା ବେଳେ ଆଉ କିଛି ଲୋକ ଧରାପଡ଼ି ଯାଇଥାଆନ୍ତି। ଧରାପଡ଼ିଯିବା ପରେ ଲୋକେ ଅସଦାଚରଣ କରିଥିବା ଲୋକଙ୍କୁ ନିସ୍ତୁକମାଡ଼ ମାରିବା ଆରମ୍ଭ କରି ଦେଇଥାଆନ୍ତି। ଏମିତି ଅନେକ ଘଟଣା ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ଏହି କ୍ରମରେ ଦେଖିବାକୁ ଗଲେ ସ୍ପେନ ରାସ୍ତାରେ ଏମିତି ଏକ ଘଟଣା ଘଟିଛି। ଟେଲିଭିଜନରେ ସିଧାପ୍ରସାରଣ  ଚାଲିଥାଏ। ରାସ୍ତାରେ ଛିଡ଼ା ହୋଇ ଜଣେ ସାମ୍ବାଦିକା ଖବର ଦେଉ ଥାଆନ୍ତି।

 

ଏତିକି ବେଳେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ‌ଟେଲିଭିଜନ ସାମ୍ବାଦିକାଙ୍କ ଅଣ୍ଟାରେ ନିର୍ଭୟରେ ହାତ ମାରି ଅସଦାଚରଣ କରି ଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣାର ଶିକାର ହେବା ସତ୍ତ୍ବେ ସାମ୍ବାଦିକା ଖବର ଦେବା ବନ୍ଦ କରି ନଥିଲେ। ଯେତେବେଳେ ଷ୍ଟୁଡିଓରୁ ବାର୍ତ୍ତା ଆସିଲା କି ଉକ୍ତ ଯୁବକଙ୍କୁ ସେ କ୍ୟାମେରା ସାମ୍ନାକୁ ଆଣନ୍ତୁ। ଏହାପରେ ସେ ଅସଦାଚରଣ କରିଥିବା ଯୁବକଙ୍କୁ କ୍ୟାମେରା ସାମ୍ନାକୁ ଆଣି ଏମିତି କାହିଁକି କଲ ‌ବୋଲି ପଚାରିଥିଲେ। ଯୁବକ ଜଣକ କିଛି ବି ଭୁଲ କରି ନାହାନ୍ତି କହି ହସୁଥିଲେ। ଏହି ଘଟଣାରେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରି ବିଚାରବିଭାଗୀୟ ହେପାଜତକୁ ନେଇ ଯାଇଛି।

ସମ୍ବନ୍ଧିତ ଖବର