ପ୍ରଥମେ ଅଶାଳୀନ ଚାହାଣି, ତା’ପରେ ଆପତ୍ତିଜନକ କାର୍ଯ୍ୟ ଓ ଶେଷରେ ଅଧ୍ୟାପିକାଙ୍କ ଫୋନ୍‌ ନେଇ ଫେରାର୍‌ ହେଲା ଯୁବକ

ନୂଆଦିଲ୍ଳୀ: ଦିଲ୍ଲୀର ଏକ ଜନବହୁଳ ଅଞ୍ଚଳ କନ୍ନଟ୍‌ ପ୍ଲେସ୍‌ ଗୁରୁବାର ସଂଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୩୨ ବର୍ଷୀୟା ଅଧ୍ୟାପିକା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅସଦାଚରଣ ପରେ ଅଭିଯୁକ୍ତ ଯୁବକ ମହିଳାଙ୍କ ମୋବାଇଲ୍‌ ଫୋନ୍‌ ନେଇ ଦୌଡ଼ି ପଳାଇ ଯାଇଛନ୍ତି। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ତତନ୍ତ ଆରମ୍ଭ କରିଛି।

ଏ ସଂପର୍କରେ ଅଧ୍ୟାପିକା ଜଣକ କହନ୍ତି, ‘ଅପରାହ୍ନ ୧.୩୦ ସମୟରେ ଫୋନ୍‌ରେ କଥା ହେବାକୁ ମୁଁ ଛାତ ଉପରକୁ ଯାଇଥିଲି। ମୋତେ ଅନୁଭବ ହେଲା ଯେ ୨୪-୨୫ ବର୍ଷର ଜଣେ ଯୁବକ ମୋତେ ଅନୁସରଣ କରୁଛି। ଦେଖିବାକୁ ପାଇଲି ମୁଁ ଫୋନ୍‌ରେ ବ୍ୟସ୍ତ ଥିବା ସମୟରେ ଯୁବକ ଜଣକ ମୋ ସମ୍ବେଦନଶୀଳ ଅଙ୍ଗକୁ ଚାହିଁବାରେ ଲାଗିଛି। ମୁଁ ଟିକେ ରୁକ୍ଷ ଭାବେ ପଚାରିଲି, ତମର ଅସୁବିଧା କ’ଣ? ସେ ମୋତେ କହିଲା ଯେ କିଛି ନାହିଁ କିନ୍ତୁ ମୁଁ ଏ ସ୍ଥାନ ଛାଡ଼ି ଯିବି ନାହିଁ। ତା’ପରେ ସେ ହଠାତ ମୋ ସାମ୍ନାକୁ ଚାଲି ଆସି ଅଶାଳୀନ ଭାବେ ଦେଖିବାକୁ ଲାଗିଲା। ତା’ପରେ ସେ ନିଜର ପ୍ୟାଣ୍ଟ ଖୋଲି ଆପତ୍ତିଜନକ କାର୍ଯ୍ୟ କରିବାକୁ ଲାଗିଲା। ମୁଁ ଦୌଡ଼ିବା ଆରମ୍ଭ କରିବାରୁ ସେ ମୋତେ ଧରି ପକାଇଲା। ମୁଁ ବଳ ଖଟେଇ ମୁକୁଳିବାକୁ ଚେଷ୍ଟା କରିବାରୁ ଯୁବକ ଜଣକ ମୋ ହାତରୁ ଫୋନ୍‌ ଛଡ଼ାଇ ନେଇ କେଉଁଆଡ଼େ ପଳାଇଗଲା।’

ଅଧ୍ୟାପିକାଙ୍କ ଚିତ୍କାର ଶୁଣି ଛାତ ଉପରେ ଲୋକ ରୁଣ୍ଡ ହୋଇଯାଇଥିଲେ। ପୁଲିସ ପହଞ୍ଚି ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଦେଖିଥିଲା। ସିସିଟିଭିରେ ସଂପୂର୍ଣ୍ଣ ଦୃଶ୍ୟ କଏଦ ହୋଇଥିଲେ ବି ଯୁବକ ଜଣକ ନିଜ ମୁହଁକୁ କପଡ଼ାରେ ଢାଙ୍କିଥିବାରୁ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନାହିଁ। ପୁଲିସ୍‌ ତରନ୍ତ ଚଳାଇଛି।

ସମ୍ବନ୍ଧିତ ଖବର