ମୁମ୍ବାଇ: ଦାଦର ଷ୍ଟେସନ୍‌ରୁ ଉପନଗର ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ ଚଢ଼ିବାବେଳେ ଜଣେ ନାବାଳିକାର ସମ୍ବେଦନଶୀଳ ଅଙ୍ଗରେ ହାତ ବଜାଇବା ଅଭିଯୋଗରେ ଜଣେ ୩୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

Advertisment

୧୬ ବର୍ଷୀୟ ପୀଡ଼ିତାଙ୍କ ଘର ପଡ଼ୋଶୀ ଥାଣେ ଜିଲ୍ଲାରେ। ସୋମବାର ସନ୍ଧ୍ୟାରେ ସେ ତାଙ୍କ ବନ୍ଧୁଙ୍କ ସହ ତିତଓ୍ଵାଲା ଯିବାଲାଗି ଟ୍ରେନ୍‌ ଚଢୁଥିବା ବେଳେ ଅଭିଯୁକ୍ତ ଓଁ ସିଂହ ତାଙ୍କୁ ଅଭଦ୍ରୋଚିତ ସ୍ପର୍ଶ କରିଥିବା କଥା ପୁଲିସ କହିଛି।

ନାବାଳିକାଜଣକ ବଡ଼ ପାଟିରୁ ଚିଲାଇବାରୁ ଲୋକ ଗହଳି ଦେଇ ସିଂହ ତରବରରେ ଖସି ଯାଉଥିଲେ।

ପୀଡ଼ିତା ଓ ତାଙ୍କର ଜଣେ ଛାତ୍ରବନ୍ଧୁ ତାଙ୍କୁ ମୁଲୁନ୍ଦ ଷ୍ଟେସନରେ ଠାବ ଥିଲେ ଓ ଟ୍ରେନ୍‌ ଅଟକିବା ପରେ ବାହାରକୁ ଟାଣି ଆଣିଥିଲେ। ପ୍ଲାଟ୍‌ଫର୍ମରେ ତିନିଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ସେଥିରେ ସିଂହ ଉଭୟଙ୍କୁ ମାରଧର କରିଥିଲେ।

ଅନ୍ୟ ଯାତ୍ରୀମାନେ ଘଟନାସ୍ଥଳରେ ରୁଣ୍ଡ ହୋଇ ସିଂହକୁ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ। ଦାଦର ଜିଆର୍‌ପିରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ମଙ୍ଗଳବାର ଦିନ ଅଦାଲତରେ ହାଜର କରାଯାଇଥିଲା।

ତାଙ୍କୁ ଜାନୁଆରି ୧୮ ତାରିଖ ଯାଏଁ ପୁଲିସ ରିମାଣ୍ଡରେ ରଖିବାକୁ ଅଦାଲତ ନିର୍ଦେଶ ଦେଇଛି।