ଅନୈତିକ ସଂପର୍କ ଥିବା ଭାବି ଯୁବକଙ୍କୁ ହତ୍ୟା କଲେ ବିଧବା ମହିଳାଙ୍କ ଶାଶୁଘର ଲୋକେ, କିନ୍ତୁ ପରେ ସାମ୍ନାକୁ ଆସିଥିବା ଘଟଣା ଥିଲା କିଛି ଅଲଗା

ଅମ୍ରିତ୍‌ସର : ବୁଧବାର ଦୁଇ ଜଣ ମହିଳା ଏବଂ ଦୁଇ ପୁରୁଷଙ୍କ ବିରୋଧରେ ହତ୍ୟା ଅଭିଯୋଗ ପାଇଥିଲା ଲୋପୋକେ ପୁଲିସ । ଅନୈତିକ ସଂପର୍କ ଥିବା ସନ୍ଦେହରେ ଏହି ୪ ଜଣ ମିଶି ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ପରେ ଯୁବକଙ୍କ ମା’ ନିଜ ପୁଅକୁୁ ଡ଼ାକ୍ତରଖାନା ନେବା ପରେ ସେଠାରେ ଡ଼ାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ମୃତ୍ୟୁ ପରେ ତାଙ୍କ ମା’ ଜସ୍‌ବୀର ଲୋପୋକେ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ମୁଖ୍ୟ ଅପରାଧୀ କଓ୍ଵଲ୍‌ଜିତ୍‌କୁ ଗିରଫ କରିଛି ପୁଲିସ ।

ସୂଚନା ମୁତାବକ, ସାହିବ୍‌ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କଓ୍ଵଲଜିତ୍‌ ସାହିବ୍‌ଙ୍କ ସାଙ୍ଗ ଧରମବୀର ସିଂହଙ୍କ ଘରକୁ ଯିବା ଆସିବା କରୁଥିଲେ । କିନ୍ତୁ କଓ୍ଵଲଜିତ୍‌ଙ୍କ ଶାଶୁଘର ଲୋକେ ଦୁହିଁଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ସନ୍ଦେହ କରୁଥିବାରୁ ଏହି କଥାର ସମାଧାନ ପାଇଁ କଓ୍ଵଲଜିତ୍‌ ଧରମବୀରଙ୍କୁ ମଙ୍ଗଳବାର ନିଜ ଘରକୁ ଡ଼ାକିଥିଲେ । ଧରମବୀର କଓ୍ଵଲଜିତ୍‌ଙ୍କ ଘରକୁ ଯିବା ପରେ ସାହିବ୍‌ଙ୍କ ଭାଇ, ଭାଉଜ ଏବଂ ତାଙ୍କ ପୁତୁରା ମିଳିତ ଭାବରେ ଧରମବୀରଙ୍କୁ ଆକ୍ରମଣ କରିଥିଲେ ।

India TV

ଏହି ଖବର ଜସ୍‌ବୀରଙ୍କୁ ମିଳିବା ପରେ ସେ କଓ୍ଵଲଜିତ୍‌ଙ୍କ ଘରେ ପହଞ୍ଚି ତାଙ୍କ ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲେ । ତୁରନ୍ତ ସେ ଧରମବୀରଙ୍କୁ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ନିଜ ପୁଅକୁ ବଞ୍ଚାଇ ପାରି ନ ଥିଲେ । ଏ ନେଇ କଓ୍ଵଲଜିତ୍‌କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ଧରମବୀର ଏବଂ କଓ୍ଵଲଜିତ୍‌ଙ୍କ ମଧ୍ୟରେ ସେଭଳି କିଛି ଅନୈତିକୁ ସଂପର୍କ ନଥିଲା । ସାହିବ୍‌ଙ୍କ ପରିବାର ଲୋକଙ୍କ ସନ୍ଦେହ ପାଇଁ ଏତେ ବଡ଼ ଅପରାଧ ଘଟିଲା ବୋଲି ସ୍ପଷ୍ଟ କରିଛି ପୁଲିସ ।

ସମ୍ବନ୍ଧିତ ଖବର