ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ସ୍ୱାମୀଙ୍କୁ ହାଣି କରି ହତ୍ୟା କଲା ଅଜଣା ବ୍ୟକ୍ତି

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଶୁକ୍ରବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଗର୍ଭବତୀ ପତ୍ନୀଙ୍କ ସମ୍ମୁଖରେ ତାଙ୍କ ସ୍ୱାମୀକୁ ହାଣି ହାଣି କରି ହତ୍ୟା କରାଯାଇଛି। ସେହି ସମୟର ଘଟଣା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ରାଜଧାନୀ ହାଇଦ୍ରାବାଦ୍‌ରୁ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ମିର‍୍ୟାଲାଗୁଡ଼ା ସହରରେ ଏହି ଘଟଣା ଘଟିଯାଇଛି।

ମୃତକ ଜଣକ ହେଉଛନ୍ତି ପ୍ରଣୟ ପେରୁମଲ୍ଲ। ସେ ତାଙ୍କ ପତ୍ନୀ ଅମୃତା ଭାସିନୀଙ୍କୁ ସାଙ୍ଗରେ ଧରି ଜ୍ୟୋତି ହସ୍ପିଟାଲ୍‌ରୁ ଫେରୁଥିଲେ। ସେ ଦୁହେଁ ଗେଟ୍‌ ପାଖରେ ପହଞ୍ଚିଲା ବେଳକୁ ହତିଆର ଧରି ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ପ୍ରଣୟଙ୍କୁ ଚୋଟ ମାରିଥିଲା। ପ୍ରଣୟଙ୍କ ମୁଣ୍ଡକୁ ଦୁଇ ଥର ଆଘାତ ଦେବା ପରେ କେଉଁ ଆଡ଼େ ଚାଲି ଯାଇଥିଲା।

ପତ୍ନୀ ଅମୃତା ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ୱାମୀଙ୍କୁ ପୁଣି ଥରେ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାର ତଦନ୍ତ ଏବେ ନାଲଗୋଣ୍ଡା ପୁଲିସ୍‌ ଆରମ୍ଭ କରିଛି। ବ୍ୟକ୍ତି ଜଣକ କିଏ, କାହିଁକି ଏପରି ଆହି ହତ୍ୟା କରିଥିଲା ସେ ସଂପର୍କରେ ଏପର୍ଯ୍ୟନ୍ତ କିିଛି ସ୍ପଷ୍ଟ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର