ନୂଆଦିଲ୍ଲୀ: ହରିୟାଣାର ଶାହାବାଦରେ ଜଣେ ଯୁବକ ପତ୍ନୀ ପାଇଁ ଆତ୍ମହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ସବୁଠାରୁ ଚାଞ୍ଚଲ୍ୟ ସୃଷ୍ଟି କରି ମୃତକର ସୁଇସାଇଡ୍ ନୋଟ।
ମୃତକ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍ ନୋଟ ଲେଖିଥିଲେ। ଏହି ସୁଇସାଇଡ୍ ନୋଟ କୌଣସି କାଗଜରେ ନୁହେଁ ବରଂ ନିଜ କୋଠରିର କାନ୍ଥରେ, ପୁଣି ନିଜ ପତ୍ନୀଙ୍କ ଲିପ୍ଷ୍ଟିକ୍ ସାହାଯ୍ୟରେ। ଯୁବକ ନିଜ ସୁଇଡ୍ନୋଟରରେ ତାଙ୍କ ମୃତ୍ୟୁର କାରଣ ପତ୍ନୀ ବୋଲି ସୂଚାଇଥିଲେ।
ସୂଚନାଯୋଗ୍ୟ, ଶାହାବାଦରେ ଫଟୋସେଟ୍ର ଦୋକାନ ଚଳାଉଥିବା ଦୀପକ ଗୋସ୍ୱାମୀ ମୋବାଇଲ ଚାର୍ଜର ତାରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଦୀପକ ଗୋସ୍ୱାମୀଙ୍କ ବିବାହକୁ ତିନିମାସ ହୋଇଥିଲା। ଦୀପକ ଆତ୍ମହତ୍ୟା କରିବା ପଛରେ ତାଙ୍କ ପତ୍ନୀ ଆଞ୍ଚଲ, ସହିତ ଶାଳକ, ଶାଶୁ ଏବଂ ତାଙ୍କ ଭାଇ ଓ ଭାଉଜଙ୍କୁ ଦୋଷୀ ବୋଲି କହିଛନ୍ତି।
ଦୀପକ କାନ୍ଥରେ ଲେଖିଛନ୍ତି, ‘ଏହା ସତ ଯେ ମରିବା ବହୁତ କଷ୍ଟ, କିନ୍ତୁ ସବୁଠାରୁ ବଡ଼ କଷ୍ଟ ଯେତେବେଳେ କେହି ନିଜର ପର କରି ଚାଲିଯାଏ। ମୁଁ ମରିବାକୁ ଚାହୁଁ ନଥିଲି, କିନ୍ତୁ ମୋର ନିଜ ସମ୍ପର୍କୀୟ ଏପରି କରିବାକୁ ବାଧ୍ୟ କରିଥିଲେ। ଅତୁଲ ଶର୍ମା, ହର୍ଷ ଲତା ଓ ହିନା ମୋର ଘରକୁ ଭାଙ୍ଗି ଦେଇଥିଲେ। କେବଳ ଏତିକି ନୁହେଁ ‘ଆଇ ଲଭ୍ ୟୁ ଆଞ୍ଚଲ’। ମୋ ପତ୍ନୀ ମୋର ମୃତ୍ୟୁର କାରଣ ବୋଲି ଲେଖିଥିଲେ ମୃତ ଦୀପକ।’
ଦୀପକଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଯୁବକଙ୍କ କିଛି ଦିନ ପୂର୍ବରୁ ନିଜ ପତ୍ନୀ ସହିତ ଝଗଡ଼ା ହୋଇଥିଲା। ଏହି ରାଗରେ ପତ୍ନୀ ଆଞ୍ଚଲ ନିଜ ବାପ ଘରୁକୁ ଚାଲି ଯାଇଥିଲା ଓ ଦୀପକ ସହିତ କୌଣସି କଥା ହେଉ ନଥିଲା। ଏହି କଷ୍ଟ ସହି ନପାରି ଦୀପକ ଖାଇବା ଛାଡ଼ି ଦେଇଥିଲା ଓ ଶେଷରେ ଆତ୍ମହତ୍ୟା କରିଥିଲା।