ରାଜଧାନୀ ରାଜରାସ୍ତାରେ ୩ ଯୁବତୀଙ୍କୁ ଅସଦାଚରଣ, କାମୁଡ଼ିଦେଲା ଯୁବକ

ଭୁବନେଶ୍ୱର : ସୋସିଆଲ ମିଡିଆରେ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ ହେବା ଘଟଣାକୁ ନେଇ ସମଗ୍ର ଓଡ଼ିଶାରେ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଆଜି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ଜଣ ଯୁବତୀଙ୍କୁ ଜଣେ ଯୁବକ ଦିନ ଦି’ପହରେ ଜୟଦେବ ବିହାର ଛକ ଉପରେ ଅସଦାଚରଣ କରିବା ସହିତ ସେମାନଙ୍କ ମଧ୍ୟରୁ ଜଣକୁ କାମୁଡି ଦେଇଛି। ସଂପୃକ୍ତ ଯୁବକକୁ ପୁଲିସ ମାନସିକ ବିକୃତ ବୋଲି ଚିତ୍ରିତ କରି ମାମଲାକୁ ଦୁର୍ବଳ କରିବାକୁ ବସିଛି। ହେଲେ ଏହି ଘଟଣା କିନ୍ତୁ ଆଜି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ କମିସନରେଟ୍‌ ପୁଲିସକୁ ଆଉ ଅପରାଧୀ ଡରୁନାହାନ୍ତି ବା ଚ୍ୟାଲେଞ୍ଜ ଦେଇ ଏଭଳି ଅଭାବନୀୟ କାଣ୍ଡ ଭିଆଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଡିଜି, ଆଇଜି ପାହ୍ୟା ଠାରୁ ଆରମ୍ଭ କରି ଏସ୍‌ପି ପାହ୍ୟା ଯାଏ ଏକାଧିକ ଆଇପିଏସ୍‌ ଅଫିସର, ବଛା ବଛା ପୁଲିସ ଅଧିକାରୀ ଥାଇ ରାଜଧାନୀରେ ଦିନ ଦିପହରେ ଅପରାଧୀ ଏଭଳି କାଣ୍ଡ ଭିଆଇବା ପାଇଁ କେମିତି ସାହସ କରୁଛନ୍ତି, ପୁଲିସ ଚାପରେ ଚପିଛି ନା ନିରବି ଯାଇଛି, ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲ ଏକାଧିକ ପ୍ରଶ୍ନ ଉଠାଉଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ବଢିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର