ମାଙ୍କଡ଼କୁ ବାଡ଼େଇ ମାରିଥିବା ବେଳର ଭିଡିଓ ହେଲା ଭାଇରାଲ୍‌, ଅଭିଯୁକ୍ତ ଗିରଫ

ମୁମ୍ବାଇ: ନିକଟରେ ଜଣେ ବ୍ୟକ୍ତି ଏକ ମାଙ୍କଡ଼କୁ ବାଡ଼େଇ ବାଡ଼େଇ ମାରି ଦେଇଥିବା ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଓ୍ଵାସିମ୍‌ ପୁଲିସ୍‌ ତାଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ଏହି ୨୩ ବର୍ଷିଅ ଯୁବକ ପଓ୍ଵନ ବଙ୍ଗର ନିଜର ଦୁଇ ନାବାଳକ ବନ୍ଧୁଙ୍କ ସହ ମିଶି ଏପରି କରିବା ପରେ ତାଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି।

ସେମାନେ ମାଙ୍କଡ଼ଟିକୁ ବାଡ଼େଇ ବାଡ଼େଇ ମାରି ଦେବା ସମୟରେ ଅନ୍ୟ ଜଣେ ନାବାଳକ ଏହାକୁ ଭିଡିଓ ରେକର୍ଡିଂ କରି ପକାଇଥିଲେ। ଭିଡିଓ କରିବା ପରେ ସେ ଏହାକୁ ହ୍ଵାଟ୍‌ସଆପ୍‌ରେ ଭାଇରାଲ୍‌ କରି ଦେଇଥିଲେ। ଏହି ଭିଡିଓଟି ହ୍ଵାଟ୍‌ସଆପ୍‌ରେ ଘୂରି ବୁଲିବା ସଂପର୍କରେ ଜଙ୍ଗଲ ଅଧିକାରୀ ମୋହନ ଭୋସଲେ ଅବଗତ ହେବା ପରେ ପୁଲିସ୍‌ରେ ଏକ ଅଭିଯୋଗ ଦେଇଥିଲେ। ପୁଲିସ୍‌ ମାମଲାର ତଦନ୍ତ କରି ବଙ୍ଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସଂପୃକ୍ତ ୨ ନାବାଳକଙ୍କକୁ ଜୁଭେନିଲ୍‌ ଜଷ୍ଟିସ୍‌ ହୋମ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର