ସାଙ୍ଗର ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିବା ନୌସେନା କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ: କୋଲାବାରେ ଜଣେ ୩୦ ବର୍ଷୀୟ ନୌସେନା କର୍ମଚାରୀ ତାଙ୍କ ସାଥୀ କର୍ମଚାରୀଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଛନ୍ତି। ଏହି ଘଟଣା ଘଟିବା ସମୟରେ ପୀଡିତାଙ୍କ ସ୍ୱାମୀ ଟ୍ରେନିଂ ପାଇଁ କେରଳ ଯାଇଥିବା କୁହାଯାଉଛି।ଏହି ଘଟଣା ସମ୍ପର୍କରେ କଫି ପ୍ୟାରେଡ ପୁଲିସ ଷ୍ଟେସନରେ ଏକ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଜଣକ ଅବିବାହିତ। ପୀଡିତା ମହିଳାଙ୍କ ସ୍ୱାମୀ ଗତ ବର୍ଷ କୋଲାବାରେ ଥିବା ୨ବିଏଚକେ ଫ୍ଲାଟକୁ ଭଡାରେ ନେଇଥିଲେ । ଏହିଠାକୁ ଅଭିଯୁକ୍ତ  ଏପ୍ରିଲ ୨୯ରେ ଆସିଥିଲା ସେ ମଦପାନ ମଧ୍ୟ କରିଥିଲା। ତେବେ ମୁଣ୍ଡ ବିନ୍ଧୁଥିବାରୁ ପୀଡିତା ନିଜ ରୁମକୁ ଯାଇ ପେନକ୍ଲିୟର ଖାଇ ବିଶ୍ରାମ ନେଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ମୁଣ୍ଡ ଚିପି ଦେବ କହି ଶୋଇବା ଘରେ ଦୁଷ୍କର୍ମ ଉଦ୍ୟମ କରିଥିଲା।

ଯେତେବେଳେ ମହିଳା ଜଣକ କହିଥିଲେ ଯେ ସେ କେରଳରେ ଥିବା ତାଙ୍କ ସ୍ୱାମୀଙ୍କୁ ଏସବୁ କହିଦେବେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରିବା ସହିତ ତାଙ୍କ ସ୍ୱାମୀଙ୍କୁ ବି ହତ୍ୟା କରିବ ବୋଲି ଧମକ ଦେଇଥିଲା। ଭୟଭୀତ ହୋଇ ମହିଳା ଜଣକ ଅଭିଯୁକ୍ତ ଠାରୁ ନିଜ ହାତଗୋଡକୁ ଛଡ଼ାଇବାକୁ ଏକ ବ୍ଲେଡର ସାହାଯ୍ୟ ନେଇଥି‌ଲେ।

ଏହାପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଏବିଷୟରେ ଜଣାଇବା ପରେ ଗତ ସପ୍ତାହରେ ମୁମ୍ବାଇରେ ପହଞ୍ଚି ଦମ୍ପତ୍ତି ନାଭାଲ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପରେ କଫି ପ୍ୟାରେଡ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର