୧୬ସେକେଣ୍ଡ ପାଇଁ ମାସ୍କ ଖୋଲିବାରୁ ୨ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଯେଭଳି ଭାବରେ ପ୍ରଭାବ ପକାଇଛି ଆମେ ସେନେଇ ସମସ୍ତେ ଅବଗତ ରହିଛୁ। ତେବେ ଟିକାକୁ କରୋନା ବିରୋଧରେ ଲଢ଼େଇ ବୋଲି କୁହାଯାଉଛି। କିନ୍ତୁ ଏବେ ବି ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।

କାରଣ କରୋନାକୁ ସମ୍ପୂର୍ଣ୍ଣ ଭାବେ ହରାଇବାକୁ ହେଲେ ଏସବୁ ନିହାତି ଆବଶ୍ୟକ ରହିଛି। ସେଥିପାଇଁ ଲୋକମାନଙ୍କୁ ପ୍ରତିଦିନ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। କରୋନା କାଳରେ ଲୋକଙ୍କ ପାଇଁ ସବୁଠାରୁ ପ୍ରଭାବଶାଳୀ ଜିନିଷ ମାସ୍କ ପାଲଟିଛି, କିନ୍ତୁ ଏହି ମାସ୍କ କାରଣରୁ ଲୋକଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ନିକଟରେ ବ୍ରିଟେନ ଖ୍ରୀଷ୍ଟୋଫର୍ ଓ’ଟୁଲ୍ ନାମକ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଏକ ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ। ସେଠାରେ ତାଙ୍କୁ ଅଣନିଶ୍ବାସୀ ଲାଗିବାରୁ ସେ ମାତ୍ର ୧୬ ସେକେଣ୍ଡ  ପାଇଁ ନିଜର ମାସ୍କ ଖୋଲିଥିଲେ। ଯେଉଁଥିପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଖ୍ରୀଷ୍ଟୋଫରଙ୍କୁ ଏସିଆରଓ କ୍ରିମିନାଲ ରେକର୍ଡସ ଅଫିସରୁ ଏକ ଚିଠି ମିଳିଥିଲା। ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ସେଥିରେ ମାସ୍କ ପିନ୍ଧି ନଥିବା ହେତୁ ତାଙ୍କୁ £ ୧୦୦ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ, ଯେତେବେଳେ ଖ୍ରୀଷ୍ଟୋଫର୍ ଇ-ମେଲରେ ସ୍ପଷ୍ଟୀକରଣ ଦେଇ ଜରିମାନା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ସେତେବେଳେ ଏହି ଜରିମାନା  ରାଶିକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ସମ୍ବନ୍ଧିତ ଖବର