ଜୟପୁର : ରାଜସ୍ଥାନରେ ଜଣେ ୭୦ବର୍ଷୀୟା ମହିଳା ଦୁଷ୍କର୍ମର ଶିକାର ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲଣ କରିଥିବା ବେଳେ ଅଭିଯୁକ୍ତ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି ଅପରାଧ କରିଥିବା କହିଛନ୍ତି ପୀଡ଼ିତା ।
/sambad/media/post_attachments/client/q_glossy,ret_img,w_1000,h_667/https://www.indiafilings.com/learn/wp-content/uploads/2018/12/Arrest.jpg)
ପୀଡ଼ିତାଙ୍କ ଅନୁଯାୟୀ, ସେ ଚାଷ ଜମିକୁ ଜଗିବା ପାଇଁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଅଭିଯୁକ୍ତ ଜ୍ଞାନ ସିଂହ ମୀନା ମହିଳାଙ୍କ ପାଖକୁ ଆସି ତାଙ୍କ ସହ ଅଶାଳୀନ ବ୍ୟବହାର କରିବା ଆରମ୍ଭ କରିଥିଲା । ପୀଡ଼ିତା ପାଟି କରିବାରୁ ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏଭଳି ଅପରାଧ ସମୟରେ ଅଭିଯୁକ୍ତ ନିଶାଗ୍ରସ୍ତ ଥିବା ବେଳେ ଦୁଷ୍କର୍ମ କରି ସେ ସେଠାରୁ ଚାଲି ଆସିଥିଲେ । ପୀଡ଼ିତା ନିଜ ଘରେ ପୂରା ଘଟଣା ଜଣାଇବା ପରେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିଲା । ଅଭିଯୁକ୍ତକୁ ପୁଲିସ ଗିରଫ କରି ପଚରାଉଚରା କରିବା ପରେ ଅଭିଯୁକ୍ତ ନିଜର ଦୋଷ ମାନି ନେଇଥିଲା । ଯାହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।