ଯୁବତୀଙ୍କ ଚପଲ ମାଡ଼ରେ ଯୁବକଙ୍କ ମୁହଁ ଫାଟିଲା, ହସ୍‌ପିଟାଲରେ ଭର୍ତ୍ତି

ଧଉଳି: ଭୁବନେଶ୍ବର–ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଦୟାବ୍ରିଜ ନିକଟରେ ଆଜି ଦିନ ସାଢ଼େ ୧ଟା ବେଳେ ଜଣେ ଯୁବତୀ ଓ ଅନ୍ୟଜଣେ ଯୁବକଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଉପସ୍ଥିତ ଲୋକ ଯୁବତୀଙ୍କଙ୍କୁ ସମର୍ଥନ କରିବାରୁ ଘଟଣା ଭିନ୍ନ ମୋଡ଼ ନେଇଥିଲା । ଯୁବତୀ ଜଣକ ଜୋତାରେ ଯୁବକଙ୍କୁ ପିଟିପିଟି ମୁହଁ ଫଟାଇ ଦେଇଥିଲେ । ଖବର ପାଇ ଧଉଳି ପିସିଆର ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏହାପରେ ପୁଲିସ ସେମାନଙ୍କୁ ଥାନାକୁ ନେଇ ମାମଲା ରଫାଦଫା କରି ଛାଡ଼ି ଦେଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ ଜଣେ ଯୁବକଙ୍କ ସହିତ ବାଇକରେ ଯାଉଥିବା ଯୁବତୀଙ୍କୁ ଅନ୍ୟ ଏକ ବାଇକ ଧକ୍କା ଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ପାଦରୁ ଚପଲ ଖୋଲି ଯୁବକଙ୍କୁ ପିଟିପିଟି ତାଙ୍କ ମୁହଁ ଫଟାଇ ଦେଇଥିଲେ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ମୁହଁ ଖୋଲିନଥିଲେ । ପରେ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା ।

ସମ୍ବନ୍ଧିତ ଖବର