ଗୋଡ଼େଇ ଗୋଡ଼େଇ ମୁଣ୍ଡକୁ ହାଣିଲେ

ସାଲିଆସାହିରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ବିଳମ୍ବିତ ରାତିରେ ସାଲିଆସାହି ଶ୍ରୀରାମନଗର ବସ୍ତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଗୋଡ଼େଇ ଗୋଡ଼େଇ ସନ୍ତୋଷ ବିଶୋଇ (୨୨) ନାମକ ଜଣେ ଯୁବକଙ୍କ ମୁଣ୍ଡକୁ ଭୁଜାଲିରେ ହାଣିଛନ୍ତି। ଏହି ଆକ୍ରମଣରେ ମୁନା ନାୟକ, ଧୋବା ନାୟକ ଓ ମଲ୍ଲ ନାୟକ ସାମିଲ୍‌ ଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଯୁବକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଘଟଣାସ୍ଥଳରେ ପହଞ୍ଚି ନୟାପଲ୍ଲୀ ପୁଲିସ୍‌ ଗୁରୁତର ଆହତ ସନ୍ତୋଷଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବକେୟା ଶ୍ରମିକ ପାଉଣାକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏନେଇ ନୟାପଲ୍ଲୀ ପୁଲିସ୍‌ ତଦନ୍ତ କରୁଥିବା ପ୍ରକାଶ।

ସମ୍ବନ୍ଧିତ ଖବର