ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ ନିଜ ଶଶୁରଙ୍କ ଜନ୍ମଦିନରେ ତାଙ୍କୁ ସର୍ପ୍ରାଇଜ୍ ଦେବା ମହଙ୍ଗା ପଡ଼ିଛି । ୪,୫୦୦ମାଇଲରୁ ଉଡ଼ାଣ ଭରି ଯୁବକ ଏବଂ ତାଙ୍କ ପତ୍ନୀ ଆସି ଶଶୁର ଘରେ ପହଞ୍ଚିଥିଲେ । କିନ୍ତୁ ତାଙ୍କର ଏଭଳି ସର୍ପ୍ରାଇଜ୍ ଯୋଜନା ତାଙ୍କ ଜୀବନ ନେଇଯିବ ବୋଲି ତାଙ୍କୁ ଜଣା ନଥିଲା । ଗୁରୁବାର ରିଚାର୍ଡ ଡେନିସ୍ ୬୨ବର୍ଷରେ ପାଦ ଦେଇଥିଲେ । ଏହି ଅବସରରେ ନର୍େଓ୍ଵରେ ରହୁଥିବା ତାଙ୍କ ଜ୍ୱାଇଁ ଓ ଝିଅ ହଠାତ୍ ପହଞ୍ଚି ସର୍ପ୍ରାଇଜ୍ ଦେବେ ବୋଲି ଯୋଜନା କରିଥିଲେ । ରିଚାର୍ଡଙ୍କ ଜ୍ୱାଇଁ କ୍ରିଷ୍ଟୋଫର ଓ ତାଙ୍କ ସ୍ତ୍ରୀ ଘରର ପଛ ପଟେ ଥିବା କବାଟକୁ ବାଡ଼ାଇ ବୁଦା ପଛରେ ଲୁଚି ଯାଇଥିଲେ । ରାତି ୧୧ଟା ୩୦ ହୋଇ ଯାଇଥିବାରୁ ଚୋର ବୋଲି ଭାବି ରିଚାର୍ଡ ବନ୍ଧୁକ ଧରି କବାଟ ଖୋଲିବାକୁ ଯାଇଥିଲେ ।
/sambad/media/post_attachments/119c7f37448486442d36583a92c4da2a2fb33b3ee7585a5256dc35895b1cbcef.jpeg)
କବାଟ ଖୋଲିବା ମାତ୍ରେ କ୍ରିଷ୍ଟୋଫର ବୁଦାରୁ ବାହାରି ତାଙ୍କ ଆଗକୁ ଡେଇଁ ପଡ଼ିଥିଲେ । ଯାହା ପରେ ଡରରେ ରିଚାର୍ଡ ଗୁଳି ଚଳାଇ ଦେଇଥିଲେ । ଗୁଳିଟି କ୍ରିଷ୍ଟୋଫରଙ୍କ ଛାତିରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ଏହାକୁ ଦୁର୍ଘଟଣା ଦର୍ଶାଇ ପୁଲିସ ରିଚାର୍ଡଙ୍କ ଉପରେ କୌଣସି ଅପରାଧିକ ଚାର୍ଜ ଲଗାଇ ନଥିବା ଜଣା ପଡ଼ିଛି ।