ଦୌଡ଼ୁଥିବା ଷଣ୍ଢ ଉପରେ ବିନା କାରଣରେ ଆକ୍ରମଣ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ରାସ୍ତାରେ କଚାଡ଼ି ହୋଇପଡ଼ିଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଥିବା ଦୃଶ୍ୟକୁ ଦେଖିଲେ ଆପଣ ନିଶ୍ଚୟ କହିବେ କି,ଯେମିତି କରିବ, ‘ତାହାର ଫଳ ବି ସେମିତି ପାଇବ।’

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ପଶୁ ଓ ପକ୍ଷୀଙ୍କୁ ଖୁବ ଭଲ ପାଆନ୍ତି।ଏହି କ୍ରମରେ ଦେଖିବାକୁ ଗଲେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି କୌଣସି କାରଣ ନଥାଇ ନୀରିହ ପଶୁପକ୍ଷୀଙ୍କୁ ନିର୍ଯାତନା ଦେବା ସହିତ ମାଡ଼ ବି ମାରି ଥାଆନ୍ତି। ଆଉ ପଶୁପକ୍ଷୀ କଥା କହି ପାରୁ ନଥିବାରୁ ସେମାନେ ବି ମଣିଷର ଅତ୍ୟାଚାର ସହି ଯାଇଥାଆନ୍ତି।

ସମୟସମୟରେ କିନ୍ତୁ ମଣିଷକୁ ତାର କର୍ମର ଫଳ ମିଳି ଯାଇଥାଏ। ନିକଟରେ ଏମିତି ଏକ ଘଟଣା ଘଟିଥିଲା। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇର‌ାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ରାସ୍ତାରେ ଏକ ଷଣ୍ଢ ଦୌଡ଼ୁଛି। ଆଉ ରାସ୍ତର ଦୁଇପାର୍ଶ୍ବରେ ଲୋକମାନେ ଛିଡ଼ା ହୋଇଛନ୍ତି। ଏତିକି ବେଳେ ଜଣେ ଯୁବକ ବିନା କାରଣରେ ଦୌଡ଼ୁଥିବା ଷଣ୍ଢ ଉପରକୁ ଆକ୍ରମଣ କରିଥିଲେ। ଏତିକି ବେଳେ ଷଣ୍ଢ ବେକରେ ପଡ଼ିଥିବା ଦଉଡ଼ି ଯୁବକଙ୍କ ପାଦରେ ଫସି ଯାଇଥିଲା। ଷଣ୍ଢ ଦୌଡ଼ି ଯାଉଥିବା ବେଳେ ଯୁବକ ଜଣକ ରାସ୍ତାରେ ଚିତ ପଟାଙ୍ଗ ମାରି ପଡ଼ିଥିଲେ।

 

ଏହି ଘଟଣାର ଭିଡିଓକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କୈଦ କରିନେଇଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଥିଲା। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ଯୁବକଙ୍କ ଏଭଳି କାମକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର