୫ଲକ୍ଷ ଟଙ୍କା ପାଇଁ ପୁଅକୁ ଅପହରଣ କରିଥିଲା ପିତା

ଚେନ୍ନାଇ: ଜଣେ ପିତା ଟଙ୍କା ପାଇଁ ନିଜର ୩ବର୍ଷର ପୁଅକୁ ଅପହରଣ କରି ନେବା ଘଟଣାରେ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ପି ରବିକୁମାର ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ: ପି ରବିକୁମାର ନିଜ ପୁଅକୁ ପ୍ଲେ ସ୍କୁଲ ଛାଡ଼ିବାକୁ ଯାଇଥିଲେ। ଅଧା ଘଣ୍ଟା ପରେ ପତ୍ନୀ ତାମିଲ ଇଲାକିଆଙ୍କୁ ଫୋନ୍‌ କରି ପୁଅକୁ କେହି ଜଣେ ଅପହରଣ କରି ନେଇଛି ବୋଲି କହିଥିଲେ। ଅପହରଣକାରୀ ୫ଲକ୍ଷ ଟଙ୍କା ନଦେଲା ପର୍ଯ୍ୟନ୍ତ ପୁଅକୁ ଛାଡ଼ିବ ନାହିଁ ବୋଲି ବି ବୋଲି ଧମକ ଦେଉଛି । ଏହାପରେ ଇଲାକିଆ ନିଜ ଗହଣା ଧରି ଗହଣା ଦୋକାନକୁ ଯାଇ ଜମା ରଖି ୫ଲକ୍ଷ ଟଙ୍କାର ବନ୍ଦୋବସ୍ତ କରିଥିଲା। ରବି ଏହି ଟଙ୍କା ନେବାକୁ ଘରକୁ ଆସିଥିଲେ, ଟଙ୍କା ଧରି ରବି ଘରୁ ଯାଉଥିବା ସମୟରେ ପତ୍ନୀ ବି ତାଙ୍କ ସହ ଯିବା ପାଇଁ ଜଦ ଧରି ବସିଥିଲେ। ରବି କିନ୍ତୁ ତାମିଲଙ୍କୁ ସାଥୀରେ ନେଇ ନଥିଲେ। ରବି କହିଲେ ଅପହରଣକାରୀ ତାଙ୍କୁ ଏକାକି ଯିବା ପାଇଁ କହିଛନ୍ତି। ସ୍ୱାମୀଙ୍କ ଠାରୁ ଏହି କଥା ଶୁଣିବାପରେ ଇଲାକିୟାଙ୍କୁ ଟିକେ ଅଜବ ଲାଗିଥିଲା। ତେଣୁ ସ୍ୱାମୀ ଘରୁ ଯିବା କ୍ଷଣି ସେ ତୁରନ୍ତ ପୁଲିସ ଷ୍ଟେସନ୍‌ ଯାଇ ଘଟଣା ସମ୍ପର୍କରେ କହିଥିଲେ।

କିଛି ସମୟରେ ପରେ ରବି କୁମାର ପୁଅକୁ ଧରି ଘରେ ପହଞ୍ଚି ଥିଲେ। ଏହି ସମୟରେ ପୁଲିସ ବି ଘରେ ପହଞ୍ଚି ଯାଇଥିଲା। ରବିଙ୍କ ସହିତ କଥାବର୍ତ୍ତା ହେବା ସମୟରେ ପୁଲିସର ସନ୍ଦେହ ରବି ଉପରେ ହୋଇଥିଲା। ପୁୁଚରାଉଚରା କରିବା ପରେ ରବି ପୁଅକୁ ଅପହରଣ କରିବା ଘଟଣାରେ ଜଡ଼ିତ ଥିବା ନେଇ ନିଜର ଦୋଷ ସ୍ୱୀକାର କରିଥିଲା।

ରିବଙ୍କ କହିବାନୁସାରେ, ଆନନ୍ଦ ନାମକ ଜଣେ ବ୍ୟକ୍ତିଙ୍କୁ ମୋର ଟଙ୍କା ଫେରାଇବାର ଥିଲା, ସେ ଟଙ୍କା ନେବା ପାଇଁ ମୋତେ ବ୍ୟସ୍ତ ବିବ୍ରତ କରି ପକାଇଥିଲା। ତେଣୁ କ’ଣ କରିବି କିଛି ବୁଦ୍ଧି ବିଚାରି ନପାରି ଏଭଳି ଦିଗ ଆପଣାଇଥିଲି। ସ୍କୁଲ ଛାଡ଼ିବା ବାହାନାରେ ପୁଅକୁ ମୋର ସାଙ୍ଗ ବିଷ୍ଣୁ ଦୋକାନରେ ବସାଇ ଟଙ୍କା ନେବା ପାଇଁ ଘରକୁ ଆସିଥିଲି।

ସମ୍ବନ୍ଧିତ ଖବର