ବାହାରେ ମଳତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ହତ୍ୟା

ଡାଲ୍‌ଟନ୍‌ଗଞ୍ଜ: ଗୁରୁବାର ଦିନ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲା ଅନ୍ତର୍ଗତ ଶୁକ୍ରା ବଜାର ଅଞ୍ଚଳରେ ବାହାରେ ମଳତ୍ୟାଗ ଘଟନାରେ କଜିଆ ହେବାରୁ ପଡ଼ୋଶୀମାନେ ଜଣେ ୪୫ ବର୍ଷିୟ ବ୍ୟକ୍ତିଙ୍କୁ ଗଳାରୋଧ କରି ହତ୍ୟା କରିଛନ୍ତି।

ପୁଲିସ କହେ ପୀଡ଼ିତ ମ୍ୟନେଜର୍‌ ରାମ୍‌ ବାହାରେ ମଳତ୍ୟାଗ କରିବାରୁ ତାଙ୍କର ପଡ଼ୋଶୀ ଛୋଟୁ କୁମାର ଆପତ୍ତି କରିଥିଲେ।

ପୁଲିସ ଅଧିକାରୀ ବିଷ୍ଣୁ ସିଂହ କହନ୍ତି: ଗୁରୁବାର ସକାଳେ ରାମ ବାହାରେ ମଳତ୍ୟାଗ କରିବାରୁ କୁମାର ପ୍ରତିବାଦ କଲେ। ଫଳରେ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା। କିଛି ସମୟ ପରେ କୁମାର ନିଜର ଦୁଇ ଭାଇ ମହେନ୍ଦର ଏବଂ ସଞ୍ଜୟଙ୍କ ସହ ରାମଙ୍କ ଘରକୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ସାଥିରେ ସେମାନଙ୍କର ମାଆ ବିଜ୍‌ଲୀ ଦେବୀ ବି ଆସିଥିଲେ। ଦୁଇ ଭାଇ ରାମଙ୍କୁ ତଳେ ପକାଇ ମାଡ଼ି ବସିବା ପରେ ଅନ୍ୟ ଜଣେ ତାଙ୍କ ତାଙ୍କ ଗଳାରୋଧ କରି ହତ୍ୟା କରିଥିଲେ।

ତିନି ଭାଇ, ସେମାନଙ୍କ ମାଆ ଏବଂ ବାପା ବିୀଫାନ୍‌ ରାମଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇଛି। ସଞ୍ଜୟ ଫେରରା ହୋଇ ଯାଇଥିବା ବେଳେ ଅନ୍ୟ ଚାରିଜଣଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ମାମଲାଟିକୁ ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର