କରଜ ଟଙ୍କା ଦେବା ପାଇଁ ଟଙ୍କା ନ ଥିବାରୁ ନିଜ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଦକ୍ଷିଣ-ପୂର୍ବ ଦିଲ୍ଲୀର ଅମର କଲୋନି ପାଖରେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ମିଲିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ହତ୍ୟା ମୃତକଙ୍କ ସାଙ୍ଗ କରିଥିବା ସାମ୍ନାକୁ ଆସିଥିଲା । ସତ ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ କରଜ ଦେବା ପାଇଁ ଏଭଳି ଅପରାଧ କରିଥିବା କହିଥିଲେ ମୃତକଙ୍କ ସାଙ୍ଗ ।

ଅଭିଯୁକ୍ତ ଫର୍‌ମାନ ପୁଲିସକୁ ଦେଇଥିବା ବୟାନ ଦେଇ କହିଛନ୍ତି, ‘ମୁଁ ହଲ୍ଦଓ୍ଵାନୀର ବାସିନ୍ଦା । କୌଣସି ଚାକିରି ନ ହେବା ସହ ମୁଁ କରଜରେ ବୁଡ଼ି ରହିଥିଲି । ଏହି ସମୟରେ ମୋର ଗାନ୍ଧି କ୍ୟାମ୍ପରେ ରହୁଥିବା ଅର୍ସଦ ଅଲ୍ଲୀଙ୍କ ସହ ଦେଖା ହୋଇଥିଲା । ଅର୍ସଦଙ୍କ ପାଖରେ ଦାମୀ ଜିନିଷ ଥିବା ଦେଖି ମୋତେ କରଜ ଶୁଝିବାର ରାସ୍ତା ମିଳି ଯାଇଥିଲା । ପ୍ରଥମେ ମୁଁ ଅର୍ସଦଙ୍କୁ ମଦ ପିଆଇ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲି । ପରେ ସେ ଯେମିତି ବଞ୍ଚି ନ ଯାଆନ୍ତୁ ସେ ନେଇ ମୁଁ ତାଙ୍କ ଗଳା କାଟି ଦେଇ ତାଙ୍କ ପାଖରେ ଥିବା ଦାମୀ ଜିନିଷ ନେଇ ସେଠାରୁ ଚାଲି ଆସିଥିଲି ।’

ଅର୍ସଦଙ୍କ ମୃତଦେହ ମିଳିବା ପରେ ଚିହ୍ନଟ କରିବା ପାଇଁ ସ୍ଥାନୀୟ ପୁଲିସ ଷ୍ଟେସନକୁ ଖବର ଦିଆ ଯାଇଥିଲା । ପରେ ଅର୍ସଦ ଜାନୁଆରୀ ୧୦ରୁ ନିଖୋଜ ଥିବା ଜଣା ପଡ଼ିଥିଲା । ଶେଷ ଥର ପାଇଁ ଅର୍ସଦଙ୍କୁ ଫର୍‌ମାନଙ୍କ ସହ ଦେଖା ଯାଇଥିବାରୁ ପୁଲିସ ସନ୍ଦେହରେ ଫର୍‌ମାନଙ୍କୁ ଗିରଫ କରି ପଚରାଉଚରା କରିଥିଲା ।

ସମ୍ବନ୍ଧିତ ଖବର