ଧୂମପାନ କରିବା ବନ୍ଦ ନ କରିବାରୁ ରାଗରେ ସାନ ଭାଇର ଗଳାଚିପି ହତ୍ୟା କଲା ବଡ଼ ଭାଇ

ନୂଆଦିଲ୍ଲୀ: ଧୂମପାନ ଶରୀର ପାଇଁ ହାନିକାରକ ତାହା ସମସ୍ତଙ୍କୁ ଜଣା । କିନ୍ତୁ ସବୁ ଜାଣି ମଧ୍ୟ ଲୋକମାନେ ଧୂମପାନ କରିବା ଛାଡ଼ି ପାରନ୍ତି ନାହିଁ । ଏହା ସେମାନଙ୍କର ଅଭ୍ୟାସରେ ପଡ଼ି ଯାଇଥିବାରୁ କିଛି ଲୋକ ଚାହିଁ ମଧ୍ୟ ନିଜ ଅଭ୍ୟାସକୁ ବଦଳାଇ ପାରନ୍ତି ନାହିଁ । କିନ୍ତୁ ଅଭ୍ୟାସ ବଦଳାଇବା ପାଇଁ କହିବା ପରିବର୍ତ୍ତେ କାହାର ହତ୍ୟା କରିଦେବା ଖବର ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ଦିଲ୍ଲୀରେ ଏଭଳି କିଛି ଘଟଣା ଘଟିଛି ଯାହା ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।

The Cullman Times

ସାନ ଭାଇ ସବୁ ବେଳେ ନିଶାଗ୍ରସ୍ତ ରହୁଥିବାରୁ ତାଙ୍କ ବଡ଼ ଭାଇ ନିଜ ଜୋତାର ଲେସ୍‌ରେ ଗଳା ଚିପି ତା’ର ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ହତ୍ୟା ଘଟଣା ପରେ ପୁଲିସ ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିବା ପରେ ସବୁ ସତ ସାମ୍ନାକୁ ଆସିଛି । ପୁଲିସ ଦେଇଥିବା ସୂଚନା ମୁତାବକ, ଶିଶୁପାଳଙ୍କ ସାନ ଭାଇ ସତ୍ୟଦେବ ସବୁବେଳେ ନିଶା କରି ଘରକୁ ଫେରୁଥିଲେ । ଏହା ସହ ଧୂମପାନ କରୁଥିବାରୁ ସତ୍ୟଦେବଙ୍କର ଶାରୀରିକ ଅବସ୍ଥା ମଧ୍ୟ ଠିକ୍‌ ରହୁ ନଥିଲା । ଯାହା ପାଇଁ ତାଙ୍କ ବଡ଼ ଭାଇ ଶିଶୁପାଳ ଏବଂ ତାଙ୍କ ପରିବାର ଲୋକେ ଅନେକ ଦିନରୁ ତାଙ୍କୁ ଏପରି ନ କରିବା ପାଇଁ କହି ଆସୁଥିଲେ । କିନ୍ତୁ ସତ୍ୟଦେବ କାହା କଥା ନଶୁଣି ନିଶା କରି ଚାଲିଥିଲେ । ଦିନେ ସତ୍ୟଦେବ ଘରକୁ ନିଶା କରି ଆସିବା ସହ ଝଗଡ଼ା କରିବା ଆରମ୍ଭ କରି ଦେଇଥିଲେ । ସବୁଦିନ ଘରେ ହେଉଥିବା ଝଗଡ଼ାକୁ ନେଇ ଚିନ୍ତାରେ ଥିବା ଶିଶୁପାଳ ରାଗରେ ନିଜ ଜୋତାର ଲେସ୍‌ କାଢ଼ି ସତ୍ୟଦେବଙ୍କ ଗଳା ଚିପି ହତ୍ୟା କରିଥିଲେ । ପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର