ଝଗଡ଼ା କରି ବାପ ଘରକୁ ଚାଲିଗଲା ପତ୍ନୀ, ଶାଶୁଘରେ ପହଞ୍ଚି ଶାଶୁକୁ ହତ୍ୟା କଲା ଜ୍ୱାଇଁ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀରେ ଜ୍ୱାଇଁ ଶାଶୁକୁ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ଶାଶୁ ଜ୍ୱାଇଁ ସହ ନିଜ ଝିଅକୁ ପଠାଇବାକୁ ମନା କରି ଦେବାରୁ ଅଭିଯୁକ୍ତ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି । ରାଗରେ ଅଭିଯୁକ୍ତ ଲୁହା ରଡ଼ରେ ନିଜ ଶାଶୁଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ମାଡ଼ ମାରିବା ସହ ପୁଲିସ ହାତରେ ଦେଇଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରି ପୀଡ଼ିତ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

oneindia.com

ସୂଚନା ମୁତାବକ, ରାମକଲୀ ନିଜ ଝିଅ ବିମଳାର ବିବାହ ରାଜେଶଙ୍କ ସହ କରାଇଥିଲେ । ସୋମବାର ରାତିରେ କୌଣସି କଥାକୁ ନେଇ ବିମଳା ଏବଂ ରାଜେଶଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ରାଜେଶ ବିମଳାଙ୍କୁ ମାଡ଼ ମାରିବାରୁ ବିମଳା ରାଗରେ ନିଜ ବାପ ଘରକୁ ଚାଲି ଆସିଥିଲେ । ପର ଦିନ ରାଜେଶ ବିମଳାଙ୍କୁ ନେବା ପାଇଁ ପହଞ୍ଚିବା ପରେ ରାମକଲୀ ଛାଡ଼ିବା ପାଇଁ ମନା କରି ଦେଇଥିଲେ । ଏହି କଥାରେ ରାଗି ରାଜେଶ ପାଖରେ ପଡ଼ିଥିବା ଲୁହା ରଡ଼ ଉଠାଇ ରାମକଲୀଙ୍କ ମୁଣ୍ଡରେ ମାରିଥିଲେ ।

ସମ୍ବନ୍ଧିତ ଖବର