ସ୍ତ୍ରୀ ସହ ଝଗଡ଼ା ହେଉଥିବା ଦେଖି ରୋକିବାକୁ ଆସିଲେ ମାତା-ପିତା, ୩ଜଣଙ୍କୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ

ରାୟସେନ : ମଧ୍ୟପ୍ରଦେଶର ରାୟସେନରେ ଜଣେ ଯୁବକ ନିଜ ସ୍ତ୍ରୀ ସମେତ ନିଜ ମାତା-ପିତାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ସ୍ତ୍ରୀ ସହ ଝଗଡ଼ା ହେଉଥିବା ବେଳେ ମାତା-ପିତା ବୁଝାଇବାକୁ ଆଗକୁ ଆସିଥିଲେ, ଯାହା ତାଙ୍କ ପାଇଁ କାଳ ହୋଇଥିଲା । ଘରୋଇ କଳହ ପାଇଁ ଏକା ସାଙ୍ଗରେ ପରିବାରର ୩ଜଣଙ୍କ ଜୀବନ ଚାଲି ଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତର ନାଁ ଜିତେନ୍ଦ୍ର ପୂର୍ବା ବୋଲି ଚିହ୍ନଟ କରିଛି ପୁଲିସ । ତେବେ ଅଭିଯୁକ୍ତ ଏବେ ଫେରାର ରହିଛି ।

Scroll.in

ପୁଲିସ ଦେଇଥିବା ସୂଚନା ମୁତାବକ, ଗୁରୁବାର କୌଣସି କଥାକୁ ନେଇ ଜିତେନ୍ଦ୍ର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କିଛି ସମୟ ବଚସା କରିବା ପରେ ଜିତେନ୍ଦ୍ର ତାଙ୍କ ପତ୍ନୀଙ୍କ ଉପରକୁ ହାତ ଉଠାଇବା ଆରମ୍ଭ କରି ଦେଇଥିଲେ । ଏହା ଦେଖି ଜିତେନ୍ଦ୍ରଙ୍କ ମାତା-ପିତା ତାଙ୍କୁ ରୋକିବା ପାଇଁ ଆଗକୁ ଆସିଥିଲେ । ମାତା-ପିତା ଅଟକାଇବାରୁ ଜିତେନ୍ଦ୍ର ଆହୁରି ରାଗି ଯାଇ କୁରାଢ଼ିରେ ପ୍ରଥମେ ନିଜ ମାତା-ପିତାଙ୍କୁ ହତ୍ୟା କରିବା ସହ ପରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କ ୬ବର୍ଷର ମଧ୍ୟ ପୁଅ ଆହତ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର