ବହରାଇଚ: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଜଣେ ସାବତ ବାପା କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରେମିକାକୁ ଆପଣାଇଥିଲେ ମଧ୍ୟ ପ୍ରେମିକାର ପୁଅକୁ କେବେ ବି ବିବାହ ପରେ ଗ୍ରହଣ କରି ପାରି ନ ଥିଲା ଅଭିଯୁକ୍ତ ସାବତ ବାପା। ଏଥି ପାଇଁ ସେ ନିଜ ମନକୁ ଶାନ୍ତ କରିବା ପାଇଁ ସାବତ ପୁଅକୁ ହତ୍ୟା କରିବାର ଯୋଜନା କରିଥିଲା। ହତ୍ୟା ପରେ କାହାକୁ ଯେମିତି କୌଣସି ପ୍ରମାଣ ନ ମି‌ଳୁ, ସେଥିପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଏଠି ସେଠି ଫିଙ୍ଗି ଦେଇଥିଲେ। ମୃତକର ନାଁ ଫରିଦ୍ ଓରଫ ସୁରଜ ଯାଦବ ବୋଲି ଜଣା ପଡ଼ିଥିବା ବେଳେ ହତ୍ୟାକାରୀ ସାବତ ବାପାର ନାଁ ରାମ ସାୱରେ ଯାଦବ ବୋଲି ଜଣାପଡ଼ିଛି।

Advertisment

Related image outlookindia.com

ସୂଚନା ମୁତାବକ, ଫରିଦଙ୍କ ମା’ ହୀନା ରାମଙ୍କୁ ବିବାହ କରିବା ପରେ ମଧ୍ୟ ରାମ ଫରିଦଙ୍କୁ ଗ୍ରହଣ କରିନଥିଲେ। ସ୍ବାମୀକୁ ମନେଇବା ପାଇଁ ହୀନା ଫରିଦଙ୍କ ନାଁ ସୁରଜ ଯାଦବକୁ ବଦଳାଇ ଦେଇଥିଲେ। ସବୁ ପରେ ମଧ୍ୟ ରାମ ସୁରଜଙ୍କୁ ଗ୍ରହଣ କରି ନ ପାରି ହତ୍ୟା ଯୋଜନା କରିଥିଲେ। ରାମ ଓ ତାଙ୍କ ଭାଇ ନହ୍ନେ ମିଶି ସୁରଜଙ୍କୁ ହତ୍ୟା କରି ଫିଙ୍ଗିଦେବା ସହ ଘରେ ନିଖୋଜ ହୋଇ ଯାଇଥିବା ନେଇ ମିଛ କହିଥିଲେ। କିନ୍ତୁ ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଦୁଇ ଭାଇଙ୍କୁ ଗିିରଫ କରିବା ପରେ ଦୁହେଁ ନିଜର ଅପରାଧ ସ୍ବୀକାର କରିଥିଲେ।