ରେଳ ଷ୍ଟେସନରେ ବସିବାକୁ ଜାଗା ନଦେବାରୁ ୭୨ବର୍ଷିୟ ସାଙ୍ଗକୁ ହତ୍ୟାକଲେ ନୌସେନା କର୍ମୀ

ମୁମ୍ବାଇ: ରେଳ ଷ୍ଟେସନରେ ବସିବାକୁ ଯାଗା ନ ଦେବାରୁ ନିଜ ସାଙ୍ଗକୁ ହତ୍ୟା କରିଛନ୍ତି ଜନୈକ ନୌସେନା କର୍ମୀ । ସୋମବାର ଏହି ଘଟଣା ଘଟିଥିବା ବେଳେ କଲ୍ୟାଣ ଗ୍ରାମୀଣ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣଙ୍କର ନାମ ଧନଞ୍ଜୟ କୁମାର ସିହ୍ନା(୫୪)ବୋଲି ଜଣା ପଡ଼ଥିବା ବେଳେ ମୃତକ ଜଣଙ୍କର ନାମ କାନୁ ଯାଦବ(୭୨) ବୋଲି ଜଣା ପଡ଼ିଛି । ଧନଞ୍ଜୟ ଏକ ବାଉଁଶ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ମାରି ଆହତ କରିବା ପରେ ତୁରନ୍ତ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡ଼ାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Money | HowStuffWorks

ସୂଚନା ମୁତାବକ, ଧନଞ୍ଜୟ ଏବଂ କାନୁ ଖଡ଼ଭଲି ରେଳ ଷ୍ଟେସନ ଅଞ୍ଚଳରେ କିଛି ମାସ ତଳୁ ରହି ଆସୁଥିବା ସହ ଦୁଇ ଜଣ ଭଲ ବନ୍ଧୁ ମଧ୍ୟ ଥିଲେ । ସୋମବାର ଦିନ କଥାବାର୍ତ୍ତା ହେଉଥିବା ବେଳେ ରେଳ ଷ୍ଟେସନରେ ପଡ଼ିଥିବା ବେଞ୍ଚରେ ଆସି ସେମାନେ ବସିଥିଲେ । କିନ୍ତୁ ଧନଞ୍ଜୟଙ୍କୁ ବସିବା ପାଇଁ ଅଧିକ ଜାଗା ମିଳି ନଥିଲା । ଏ କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଏଥିରେ ରାଗି ଯାଇ ଧନଞ୍ଜୟ ପାଖରେ ପଡ଼ିଥିବା ଏକ ବାଉଁଶରେ ଯାଦବଙ୍କ ମୁଣ୍ଡକୁ ଜୋରରେ ମାରିଥିଲେ ।

www.summitcrimestoppers.org

ଆଘାତ ଲାଗିବା ପରେ ଯାଦବ ଜୋରରେ ଚିତ୍କାର କରିବାରୁ ପାଖରେ ଥିବା ତାଙ୍କ ବନ୍ଧୁମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହା ପରେ ଯାଦବଙ୍କ ପରିବାର ଲୋକେ ଧନଞ୍ଜୟଙ୍କୁ ଧରି ପୋଲିସରେ ଦେବା ସହ ଘଟଣାର ତଦନ୍ତ କରି ଧାରା ୩୦୨(ହତ୍ୟା) ଅନୁଯାୟୀ ପୋଲିସ ଧନଞ୍ଜୟଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର