ଆନ୍ଧ୍ରପ୍ରଦେଶ: ଝିଅ ଜଣେ ପୁଅପିଲା ସହ ଫୋନ୍ରେ କଥାବାର୍ତ୍ତା କରୁଛି ବୋଲି ଜାଣିବା ପରେ ଶନିବାର ସକାଳେ ତା’ର ବାପା ତାକୁ ହତ୍ୟା କରିଛନ୍ତି।
ମୃତ ଟି. ଚନ୍ଦ୍ରିକା ଥିଲେଏକ ଘରୋଇ କଲେଜରେ ଫାର୍ମାସୀ ଛାତ୍ରୀ। ଗୁରୁବାର ଦିନ ସେ ଘରକୁ ଆସି ପରିବାର ସଦସ୍ୟଙ୍କ ସହ ଶୁକ୍ରବାର ଜନ୍ମଦିନ ପାଳିବାକୁ।
ଘଟଣାଟି ଆନ୍ଧ୍ର ପ୍ରଦେଶର ତୋତାରାବୁଲାପାଡୁ ଗାଁରେ ଘଟିଥିବା ଖବର ମିଳିଛି।
ଝିଅଟି ନିଜର ଜଣେ କ୍ଲାସ୍ମେଟ୍ଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବେ ବୋଲି ଘରେ କହିଥିଲେ। କିନ୍ତୁ ଘର ଲୋକେ ସେମାନଙ୍କ ସମ୍ପର୍କକୁ ବିରୋଧ କରି ଝିଅକୁ ଚେତାଇ ଦେଇଥିଲେ କି, ଏ ବ୍ୟାପାର ପରିବାରକୁ ବଦନାମ କରିବ।
ଶନିବାର ଦିନ ଝିଅ ସେ ପୁଅ ସହ ଫୋନ୍ରେ କଥା ହେଉଥିବା ଦେଖି ଚିଡ଼ି ଯାଇଥିଲେ ବାପା। ସେ ଚନ୍ଦ୍ରିକାର ଫୋନ୍କୁ କଚାଡ଼ି ଭାଙ୍ଗି ଦେଲେ ଏବଂ କୁରାଢ଼ି ବେଣ୍ଟରେ ତାଙ୍କୁ ପିଟି ପିଟି ମାରି ପକାଇଲେ।
ଅପରାଧୀ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଚନ୍ଦ୍ରିକାଙ୍କ ମାଆଙ୍କ ବୟାନ ରେକର୍ଡ କରି ପୁଲିସ ତଦନ୍ତ ଚଳାଇଛି।
ଅଭିଯୁକ୍ତ ବାପା ଜଣେ କୃଷକ। ଅଭିଯୋଗ ରେଜିଷ୍ଟ୍ରି ହେବା ପରେ ତାଙ୍କୁ ହାଜତକୁ ନିଆଯାଇଛି।