ଲୁଧିଆନା: ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। କେଉଁଠି ଚୋରି ତ କେଉଁଠି ଦୁଷ୍କର୍ମ। ପୁଣି କେଉଁଠି ଘଟେ ହତ୍ୟାକାଣ୍ଡ। ଲୁଧିଆନାରେ ଘଟିଯାଇଛି ଏକ ଲଜ୍ଜ‌ାଜନକ ଘଟଣା। ନିଜ ମନପସନ୍ଦର ଖାଦ୍ୟ ନରାନ୍ଧିଥିବା କାରଣରୁ ଜଣେ ଯୁବକ ନିଜ ମାଆଙ୍କୁ ପ୍ରଥମ ମହଲାରୁ ତଳକୁ ପେଲିକି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ମାଆ କାହିଁକି ଭଲ ଖାଦ୍ୟ ରାନ୍ଧି ନାହିଁ ବୋଲି ଅଭିଯୋଗ କରି ଯୁବକ ଜଣକ ପ୍ରଥମେ ନିଜ ମାଆଙ୍କ ସହ ପାଟିତୁଣ୍ଡ କରିଥିଲା। ତାପରେ ସେ ମାରଧର କରିବା ସହ ପ୍ରଥମ ମହଲାରୁ ତଳକୁ ପେଲି ଦେଇଥିଲା। ତଳେ ପଡ଼ିଯିବା ପରେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଘଟଣାଟି ହେଉଛି ନିୟୁ ଅଶୋକ ନଗରର। ମଙ୍ଗଳବାର ଏହି ଘଟଣା ଘଟିବା ପରେ ପୁଲିସ୍‌ ଉକ୍ତ ପୁଅକୁ ଗିରଫ କରିଛି। ପୁଅଟି ମାନସିକ ଭା‌ବ ଅସୁସ୍ଥ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅଭିଯୁକ୍ତା ମହିଳା ଜଣକ ହେଉଛନ୍ତି ଚରଞ୍ଜିତ କୌର୍‌। ସେ ତଳେ ପଡ଼ିଯିବା ପରେ ତାଙ୍କୁ ଚିକିିତ୍ସା ପାଇଁ ତୁରନ୍ତ ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅଭିଯୁକ୍ତର ନାଁ ଟିଙ୍କୁ। ତାକୁ ବୟସ ୨୬ ବର୍ଷ। ସେ ଯେତେବେଳେ ନିଜ ମାଆକୁ ମାରିବାକୁ ଚେଷ୍ଟା କରିଥିଲା ଟିଙ୍କୁର ବାପା ଗୁରୁନାମ ସିଂହ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ତା ବାପାଙ୍କୁ ବି ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିବା ଦେଖିବାକୁ ମିଳିଛି।