ଚେନ୍ନାଇ: ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମାଆ ପୁଅର ମଦ ପିଇଦେବାରୁ ନୃଶଂସ ପୁଅ ମାଆର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ନୀଳକନ୍ଦନ। ସେ ଜଣେ ଦିନ ମଜୁରିଆ। ସେ ତାଙ୍କ ମାଆଙ୍କ ସହ କଳାଭାଟିରେ ରହୁଥିଲେ।
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଅଭିଯୁକ୍ତ ସବୁବେଳେ ନିଜ ଘରେ ତାଙ୍କ ମଦ ଲୁଚାଇ ରଖନ୍ତି। ସୋମବାର ଦିନ ନୀଳକନ୍ଦନ ଘରକୁ ଫେରି ଦେଖନ୍ତି ତ ତାଙ୍କ ମାଆ ତାଙ୍କ ମଦକୁ ପିଇ ଦେଇଛନ୍ତି। ସେ ରାଗରେ ଆସି ପ୍ରଥମେ ମାଆଙ୍କୁ ଏକ ପାଇପ୍ରେ ବାଡ଼େଇଥିଲେ। ଯୁକ୍ତିତର୍କ ଟିକେ ବଢ଼ିଯିବାରୁ ସେ ତାଙ୍କୁ ହତ୍ୟା କରିଥିଲେ।
ପଡ଼ୋଶୀମାନେ ତୁରନ୍ତ ନୀଳକନ୍ଦନଙ୍କ ମାଆଙ୍କୁ ନିକଟସ୍ଥ ହସ୍ପିଟାଲ୍କୁ ନେଇ ଯାଇଥିଲେ। ହସ୍ପିଟାଲ୍ରେ କିଛି ସମୟ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନୀଳକନ୍ଦନଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।