କାମାତୁରା ପତ୍ନୀଙ୍କୁ ହତ୍ୟା କରି ରୋଷେଇ ଘରେ ପୋତିଦେଲା ଯୁବକ

ରାୟପୁର: ରାୟପୁରର ଜଣେ ଯୁବକ ନିଜ କାମାତୁରା ପତ୍ନୀଙ୍କୁ ହତ୍ୟା କରି ଘରର ରୋଷେଇ ଘରେ ଗାତ ଖୋଲି ପୋତି ଦେଇଛନ୍ତି। ଶେଷରେ ନିଜର ୫ ବର୍ଷର ପୁଅ ସହିତ ଯୁବକ ଜଣକ ଆସି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଯୁବକଙ୍କ ସ୍ୱୀକୋରାକ୍ତି ଆଧାରରେ ପୁଲିସ ରୋଷଇ ଘରୁ ମହିଳାଙ୍କୁ ମୃତଦେହ ଜବତ କରିଛି। ଘଟଣା ସମଗ୍ର ଛତିଶଗଡ଼ ର ବିଳାସପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


ବିଳାସପୁର ଥାନା ସୂତ୍ରରୁ ପ୍ରକାଶ ଯେ, ଛତିଶଗଡ଼ର ବିଳାସପୁର ଥାନା ଅନ୍ତର୍ଗତ ତରଓ୍ଵା ଅଞ୍ଚଳରେ ସଞ୍ଜୟ ରଜକ(୩୦ ବର୍ଷ) ନାମକ ଜଣେ ଯୁବକ ନିଜ ପତ୍ନୀ ନିର୍ମଳା ରଜକ (୨୬ ବର୍ଷ) ଓ ୫ ବର୍ଷର ପୁଅ ସହିତ ରୁହନ୍ତି। ସଞ୍ଜୟ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ତେବେ ଗତ ରବିବାର ସଞ୍ଜୟ ଥାନାରେ ନିଜ ୫ ବର୍ଷର ପୁଅ ସହିତ ଆତ୍ମସମର୍ପଣ କରି କହିଥିଲେ ଯେ ସେ ତାଙ୍କ ପତ୍ନୀ ନିର୍ମଳାଙ୍କୁ ହତ୍ୟା କରି ରୋଷେଇ ଘରେ ପୋତି ଦେଇଛନ୍ତି। ଏହା ଶୁଣି ପୁଲିସ ଆଶ୍ଚର୍ଯ୍ୟ ହେବା ସହିତ ସଙ୍ଗେ ସଙ୍ଗେ ସଞ୍ଜୟଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଓ ଘର ଭିିତରୁ ହାତଗୋଡ଼ ବନ୍ଧା ନିର୍ମଳାଙ୍କ ମୃତଦେହ ଜବତ କରିଥିଲା। ତେବେ ସଞ୍ଜୟଙ୍କୁ ଯେତେବେଳେ ପୁଲିସ ନିଜ ପତ୍ନୀଙ୍କୁ କାହିଁକି ହତ୍ୟା କଲା ବୋଲି ପଚାରିଥିଲା, ତାର ଉତ୍ତର ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ସଞ୍ଜୟ ହତ୍ୟାକାଣ୍ଡର କାରଣ ଭାବେ କହିଥିଲା ଯେ ତାଙ୍କ ପତ୍ନୀ ନିର୍ମାଳା ଅତ୍ୟନ୍ତ କାମାତୁରା। ସେ ବିବାହର ଏକ ବର୍ଷ ପର୍ଯ୍ୟନ୍ତ ଠିକ୍‌ ଥିଲେ। ତାଙ୍କର ପୁଅ ଟିଏ ଜନ୍ମ ନେବା ପରେ ତାଙ୍କ ପତ୍ନୀ ନିର୍ମଳାଙ୍କ ହାବଭାବ ବଦଳି ଯାଇଥିଲା। ପ୍ରତିଦିନ ନିର୍ମଳା ଶରୀରିକ ସମ୍ବନ୍ଧ ରଖିବାକୁ ତାଙ୍କୁ ( ସଞ୍ଜୟଙ୍କୁ)ବାଧ୍ୟ କରୁଥିଲେ। ଏପରିକି ସେ ଯେଉଁଦିନ କୌଣସି କାର୍ଯ୍ୟରେ ବାହାରକୁ ଯାଇ ରହି ଯାଉଥିଲେ ତାଙ୍କ ପତ୍ନୀ ଲୋକ ଲଜ୍ୟା ଛାଡ଼ି ପରପୁରୁଷଙ୍କୁ ଘରକୁ ଡକାଇ ତାଙ୍କ କାମବାସନା ପୂରଣ କରୁଥିଲେ। ଏପରିକି କିଛି ଦିନ ପରେ ନିର୍ମଳା ତାଙ୍କ ଦୈହିକ କ୍ଷୁଧା ମେଣ୍ଟାଇବା ପାଇଁ ପରପୁରୁଷଙ୍କୁ ଡ଼କାଇବା ପାଇଁ ସଞ୍ଜୟଙ୍କୁ ବାଧ୍ୟ କରୁଥିଲେ।

ଗତ ଶନିବାର ଦିନ ଏହି ଶାରିରିକ ସମ୍ପର୍କ ରକ୍ଷା କରିବାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯଦି ସଞ୍ଜୟ ତାଙ୍କ ଯୌନ କ୍ଷୁଧା ମେଣ୍ଟାନ୍ତି, ତେବେ ଅନ୍ୟ ଜଣେ ପୁରୁଷଙ୍କୁ ଡାକି ଆଣିବା ପାଇଁ ନିର୍ମଳା ସଞ୍ଜୟଙ୍କୁ ମଧ୍ୟ କରିଥିଲେ। ଏଥିରେ ସଞ୍ଜୟ ଉତ୍‌କ୍ଷିପ୍ତ ହୋଇ ନିର୍ମଳାଙ୍କ ପାଟିରେ କନା ବିଣ୍ଡା ଦେବା ସହିତ ହାତଗୋଡ଼ ବାନ୍ଧିି ତାଙ୍କୁ ମୁଣ୍ଡକୁ ଶକ୍ତ ଲୁହାରେ ଆଘାତ କରିଥିଲେ। ନିର୍ମଳା ମରିଯିବା ପରେ ସେ ସାରା ରାତି ସେହିଠାରେ ବସି କାନ୍ଦିଥିଲେ। ପରେ କଣ କରିବେ ତାହା ଜାଣି ନ ପାରି ରୋଷେଇ ଘରେ ଏକ ଗାତ ଖୋଳି ନିର୍ମଳାଙ୍କ ମୃତଦେହକୁ ସେଠାରେ ପୋତି ଦେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ସଞ୍ଜୟ ପୁଲିସକୁ ବୟାନ ଦେଇଛନ୍ତି। ତେବେ ଘଟଣାର ଅନ୍ୟ ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲୁ ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର