ଇଚ୍ଛା ବିରୋଧରେ ବିବାହ କରିଥିବାରୁ ଗର୍ଭବତୀ ଝିଅକୁ ହତ୍ୟା କଲା ବାପା

ମୁମ୍ବାଇ : ଇଚ୍ଛା ବିରୋଧରେ ଝିଅ ବିବାହ କରିଥିବାରୁ ରାଗରେ ଗର୍ଭବତୀ ଝିଅକୁ ମାଡ଼ ମାରିବା ସହ ହତ୍ୟା କରିଛି ବାପା । ମୁମ୍ବାଇରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ । ରବିବାର ପୀଡ଼ିତାଙ୍କ ମୃତଦେହ ରାସ୍ତା କଡ଼ରୁ ମିଳିଥିବା ବେଳେ ତାଙ୍କର ଗଳା କଟା ଯାଇ ହତ୍ୟା କରାଯାଇଥିଲା ।

Pakistan Today

ସୂଚନା ମୁତାବକ, ଅଭିଯୁକ୍ତ ରାଜକୁମାର ଚୌରାସିଆ ପୀଡ଼ିତା ମିନାକ୍ଷୀ ବ୍ରିଜେଶ ଚୌରାସିଆଙ୍କ ବିବାହ ଦୁଇଟି ସ୍ଥାନରେ ଠିକ୍‌ କରିବା ପରେ ମଧ୍ୟ ମିନାକ୍ଷୀ ବିବାହ ପାଇଁ ରାଜି ହୋଇ ନଥିଲେ । ଘରେ ବିବାହ ପାଇଁ ବାଧ୍ୟ କରିବାରୁ ଫେବୃଆରୀରେ ମିନାକ୍ଷୀ ବ୍ରିଜେଶଙ୍କ ସହ ଘର ଛାଡ଼ି ଚାଲି ଯାଇଥିଲେ । ଯାହାକୁ ଗ୍ରହଣ କରି ପାରି ନଥିଲେ ରାଜକୁମାର । ମଧ୍ୟପ୍ରଦେଶର ସତନାରେ ଦୁହେଁ ବିବାହ କରିବା ପରେ ମୁମ୍ବାଇ ଚାଲି ଆସିଥିଲେ । ଏହା ପରେ ବ୍ରିଜେଶ ପାନ ଦୋକାନ କରିବା ସହ ନିଜର ଜୀବନ ଆରମ୍ଭ କରିଥିଲେ । ଝିଅ ଗର୍ଭବତୀ ଥିବା ଜାଣି ରାଜକୁମାର ଶନିବାର ତାଙ୍କୁ ନୂଆ ପୋଷାକ ଦେବି ବୋଲି କହି ଘଟକୋପରକୁ ଡ଼ାକିଥିଲେ । ଦେଖା ହେବା ପରେ ରାଜକୁମାର ମୀନାକ୍ଷୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ରାତି ୯ଟା ୩୦ମିନିଟ୍‌ରେ ଏହି ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର